ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତୁ। ରାଜଗାଙ୍ଗପୁରରେ ବାୟୁ ପ୍ରଦୂଷଣ ଯୋଗୁଁ ସାଧାରଣ ଗମନାଗମନ ଏବଂ ଚଳପ୍ରଚଳ ବାଧାପ୍ରାପ୍ତ ହେଉଅଛି। ସରକାରଙ୍କର “ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ” ରହିଥିବା ସତ୍ୱେ ରାଜଗାଙ୍ଗପୁର ଏଥିରୁ ବଞ୍ଚିତ। ଆମ ନ୍ୟୁଜ ମାଧ୍ୟମରେ ଜନ ସାଧାରଣ ସରକାରଙ୍କୁ ଅନୁରୋଧ କରୁଛନ୍ତି ଯେ କଳକାରଖାନା ମାନଙ୍କ ସହିତ ମଧୁଚନ୍ଦ୍ରିକା ନରଖି ଅଧିକାରୀ ମାନେ ତଦନ୍ତ କରି ଦୋଷୀକୁ ଦଣ୍ଡ ଦିୟନ୍ତୁ।
ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଜାମପାଳି ବାଇପାସ୍ ଛକ ବିଜୁ ରାଜ୍ୟ ରାଜପଥ ରାସ୍ତା ପାରି ହେବାବେଳେ ହଠାତ ଅଜଣା ଗାଡ଼ି ଧକ୍କାରେ ଯୁବକ ଜଣକ ରାସ୍ତା ରେ ଛିଟିକି ପଡ଼ିବା ଦେଖି ସ୍ଥାନୀୟ ବାସିନ୍ଦାମାନେ ରାଜଗାଙ୍ଗପୁର ଥାନାରେ ଖବର ଦେବାପରେ ଥାନା ଅଧିକାରୀ ବିଜୟ ଦାସ ସୁରକ୍ଷା ବଳ ସହ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତ ଦେହ ଉଧାର କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ବିଜୁ ରାଜ୍ୟ ରାଜପଥ ରାସ୍ତା କଡ଼ରେ କୈାଣସି କାରଖାନା ର ଅଦରକାରୀ ଧୁଲି ମାଟି ପକାଇବା ଯୋଗୁ ରାସ୍ତା ରେ ଗାଡି ଯାତାୟତ ସମୟରେ ପ୍ରଚଣ୍ଡ ଧୁଲି ଦ୍ଵାରା ରାସ୍ତା ଆଚ୍ଛାଦିତ ଯୋଗୁ ଉକ୍ତ ଦୁର୍ଘଟଣା ଘଟି ଥିଲା।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତୁ
