୧୧ ବର୍ଷ ଧରି ଚାଲିଥିବା ହତ୍ୟା ମାମଲାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ।
ରାୟଗଡ଼ା ଜିଲ୍ଲା ଅଦାଲତ ର ନ୍ୟାୟଧିଶ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ୧୧ ବର୍ଷ ଧରି ଚାଲିଥିବା ହତ୍ୟା ମାମଲାର ଶୁଣାଣି ଦେଇ ପାଞ୍ଚ ଜଣ ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବିସ୍ତୃତ ଭାବରେ କହିବାକୁ ଗଲେ, ୨୦୧୪ ମସିହାରେ ରାୟଗଡା ସହରର ବୁଦାରାଭାଲାସାରେ କଦଗଲା ଆପଲନାରାୟଣ ନାମକ ଜଣେ ବ୍ୟକ୍ତିଙ୍କୁ ପାଞ୍ଚ ଜଣ ଲୋକ ହତ୍ୟା ଅଭିଯୋଗ କରିଥିଲେ ।

ତା’ପରେ ପୋଲିସ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିଲା। କିନ୍ତୁ ପାଞ୍ଚ ଜଣଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ବିଚାରପତି ୧୪ଜଣ ସାକ୍ଷୀଙ୍କ ବୟାନ ଯାଞ୍ଚ କରି ବିଚାରପରି ଅଭିଯୁକ୍ତଙ୍କ ବିରୋଧରେ ରାୟ ପ୍ରକାଶ କରିଛନ୍ତି।ସେହିପରି ପରିବାର ଦୁଇ ଜଣ ବ୍ୟକ୍ତି ଏ ରବାଣା ଓ ଏ ନାଗା ଗୋଷ୍ଠୀ ସଙ୍ଘର୍ଷ ଜଡ଼ିତ ଥିଲେ ତାଙ୍କୁ ୬ମାସ ଜେଲ ଦଣ୍ଡ ଓ ୫୦୦ ଟଙ୍କା ଜରିମାନା ଆଦେଶ କରିଛନ୍ତି।୧୧ ବର୍ଷ ପରେ, ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର କୋର୍ଟ ପାଞ୍ଚ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ହତ୍ୟା ମାମଲାରେ ମୃତ ବ୍ୟକ୍ତି ଙ୍କ ସପକ୍ଷ ର ଆଡଭୋକେଟ୍ ସାମୁଏଲ ତାଣ୍ଡି କହିଛନ୍ତି ଯେ ଶେଷରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ନ୍ୟାୟ ମିଳିଛି ଏବଂ ଅଭିଯୁକ୍ତମାନଙ୍କୁ ଦଣ୍ଡ ଦିଆଯାଇଛି।

ମୃତ କାଦଗାଲା ଆପଲାନାରାୟଣଙ୍କ ପୁତ୍ର କାଦାଗାଲା ଶ୍ରୀନୁ କହିଛନ୍ତି ଯେ ଅଭିଯୁକ୍ତ ପାତିବଡା ତ୍ରିନାଧା ରାଓ, ପାତିବଡା ଶଙ୍କର ରାଓ, ପାତିବଡା ଶ୍ରୀନୁ, ପାତିବଡା ସୂର୍ଯ୍ୟ ରାଓ, ଏବଂ ପାତିବଡା ଅଞ୍ଜୀ ୨୦୧୪ ରେ ଆମ ପିତାଙ୍କୁ ହତ୍ୟା କରିଥିଲେ। ପାଞ୍ଚ ଜଣ ଅଭିଯୁକ୍ତ ମାନଙ୍କୁ ୧୧ ବର୍ଷ ପରେ ନ୍ୟାୟାଳୟ ତାଙ୍କୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଆମ ବାପାଙ୍କ ଆତ୍ମାକୁ ଶାନ୍ତି ମିଳିବ। ଅଭିଯୁକ୍ତ ମାନଙ୍କୁ ଉଚିତ୍ ଶାସ୍ତି ମିଳିଛି। ରାୟଗଡ଼ା ରୁ ଦେବୀପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ଲାଇଭ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
