ଅମାନସିକ କାର୍ଯ୍ୟ

 

ରାୟଗଡ଼ା ଜିଲ୍ଲା ଗୁଣପୁର ସବଡିଭିଜନର ଗୁଡ଼ାରୀ ବ୍ଳକ, ନାଇରା ପଞ୍ଚାୟତ ଅନ୍ତର୍ଗତ ନିମାଗୁଡାରେ ଏକ ଜଘନ୍ୟ ଘଟଣା ଘଟିଛି ।ନିମାଗୁଡାର ୧୯ ବର୍ଷୀୟ ମାନସିକ ବିକାର ଗ୍ରସ୍ତ ଯୁବତୀଙ୍କୁ ତିନିଜଣ ଦୁର୍ବୃତ୍ତ ବ୍ୟକ୍ତିମାନେ ପାଟି ଚିପି ଉଠାଇ ନେଇ ବଳତ୍କର କରିଛନ୍ତି । ଯୁବତୀ ତାଙ୍କର ଦୁଇ ଭଉଣୀ ଓ ମାଁଙ୍କ ସହ କପା ତୋଳିବା ପାଇଁ କପା ବାଡ଼କୁ ଯାଇଥିଲେ । କପା ତୋଳା ସମୟରେ ଯୁବତୀ ଘର ପାଇଁ ଜାଳେଣି କାଠ ନେଇ ଘରକୁ ଫେରୁଥିବା ସମୟରେ ନାଇରା ଗାଁ ନୀକଟରେ ଥିବା ଚିନ୍ତାଲିଗୁଡାର ତିନି ଜଣ ଯୁବକମାନେ ଝିଅକୁ ପାଟି ଚିପି ଜଙ୍ଗଲରେ ଥିବା କାଜୁ ବଗିଚାକୁ ଉଠାଇ ନେଇ ତାକୁ ବିବସ୍ତ୍ର କରି ବଳତ୍କାର କରି ପଳାଇଥିଲେ ।

ଇତି ମଧ୍ୟରେ ତାଙ୍କ ମାଁ ଓ ତାଙ୍କର ଦୁଇ ଭଉଣୀ ଯୁବତୀକୁ ଖୋଜାଖୋଜି କରିବା ସମୟରେ ଜଙ୍ଗଲରେ ଯୁବତୀର କାନ୍ଦିବା ଶବ୍ଦ ଶୁଣି ତା ପାଖରେ ପହଞ୍ଚି ତାକୁ ତାର ପୋଷାକ ପିନ୍ଧାଇ ଘଟଣା ସ୍ଥଳରୁ ଉଧାର କରିଥିଲେ ଓ ଏହି ବିଷୟ ନେଇ ନାଇରା ସରପଞ୍ଚଙ୍କୁ ଏହି ବିଷୟରେ ଜଣାଇଥିଲେ । ତାପରେ ଗୁଡ଼ାରୀ ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଗୁଡ଼ାରୀ ପୋଲିସ ଅର୍ଥାତ୍ ଆଇ ଆଇ ସି ସମର୍ପିତା ସ୍ଵାଇଁ ଅଭିଯୋଗ ପାଇ ସେହି ତିନିଜଣ ଆସାମୀଙ୍କୁ ଖୋଜି ବାହାର କରି ତାଙ୍କୁ ଅଟକ ରଖିଛନ୍ତି ଓ ତଦନ୍ତ ଜାରି ରଖିଛନ୍ତି। ଏହି ଅଞ୍ଚଳରେ ଏପରି ଘଟଣା ଏଥି ପୂର୍ବରୁ କେବେ ହୋଇନାହିଁ ତେଣୁ ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏବଂ ଏପରି ବ୍ୟକ୍ତିମାନଙ୍କୁ ଫାସି ଦିଆଯାଉ ବୋଲି ସାଧାରଣରେ ଦାବି ‌ ହୋଇଛି।
ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *