ଅଯୋଧ୍ୟା -ବାରଣାସି ତୀର୍ଥଯାତ୍ରାରୁ ଫେରିଲେ ବରିଷ୍ଠ ନାଗରିକ।

ଅଯୋଧ୍ୟା -ବାରଣାସି ତୀର୍ଥଯାତ୍ରାରୁ ଫେରିଲେ ବରିଷ୍ଠ ନାଗରିକ।
ସ୍ୱାଗତ କରିବା ସହ ସ୍ୱାସ୍ଥ୍ୟ ଏବଂ ପରିଭ୍ରମଣ ଅନୁଭୂତି ପଚାରିଲେ ଜିଲ୍ଲାପାଳ।
ଚଳିତ ମାସ ୧୦ ତାରିଖରେ ଭୁବନେଶ୍ୱର ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା -ବାରଣାସୀ ଅଭିମୁଖେ ଯାଇଥିବା କେନ୍ଦ୍ରାପଡ଼ାର ୧୦୮ ଜଣ ବରିଷ୍ଠ ନାଗରିକ ଆଜି ସନ୍ଧ୍ୟା ୮ ଟାରେ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି | ଫେରିଲା ପରେ ଜିଲ୍ଲାପାଳ ରଘୁରାମ ଆର ଆୟର ନିଜେ ଉପସ୍ଥିତ ରହି କୋର୍ଟ ନିକଟସ୍ଥ ଭାସ୍କର ଟୋକିଜ ଛକରେ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ବସ ଯୋଗେ ଫେରିଥିବା ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରିଛନ୍ତି | ଜିଲ୍ଲାପାଳ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତୀର୍ଥ ପରିଭ୍ରମଣର ଅନୁଭୂତି ପଚାରିଥିଲେ | ତୀର୍ଥଯାତ୍ରୀଙ୍କ ମୁହଁରେ ହସ ଫୁଟିବା ସହିତ ଅତ୍ୟନ୍ତ ଆନନ୍ଦିତ ଥିବା ଜଣା ପଡୁଥିଲେ | ପରିଭ୍ରମଣ କରି ଅତ୍ୟନ୍ତ ଖୁସି ଥିବା ବରିଷ୍ଠ ନାଗରିକ ମାନେ ମତବ୍ୟକ୍ତ କରିବା ସହ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି | ଏଠାରେ ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ସେପ୍ଟେମ୍ବରରେ ଭୁବନେଶ୍ୱର ରେଳ ଷ୍ଟେସନରୁ ତୀର୍ଥ ଯାତ୍ରା ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ |
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *