ଇଗଲ ଏକ ଫାଇଟର୍ ପକ୍ଷୀ ଯେକି ବର୍ଷା ସମୟରେ ବାଦଲଠାରୁ ଉପରକୁ ଚାଲିଯାଏ

ଇଗଲ ଏକ ଫାଇଟର୍ ପକ୍ଷୀ ଯେକି ବର୍ଷା ସମୟରେ ବାଦଲଠାରୁ ଉପରକୁ ଚାଲିଯାଏ। କିନ୍ତୁ ସୃଷ୍ଟିର ଅନ୍ୟପକ୍ଷୀ ମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରନ୍ତି। ନାମକରଣର ସାର୍ଥକତା ରଖିଛି ଖୋର୍ଦ୍ଧାର ଇଗଲ କ୍ଲବ୍। ଏହି କ୍ଲବ୍ ପ୍ରତ୍ୟକ ଖେଳକୁ ମାନ୍ୟତା ଦିଏ। ପ୍ରତ୍ୟେକ ଖେଳରେ ଜିତିବା ଓ ହାରିବା ପରିପୂରକ। ଖେଳରେ ହାରିଲେ କୌଣସି ଖେଳାଳି ଦୁଃଖ କରେନାହିଁ। କିନ୍ତୁ ଜିତିଲେ ଖୁସି ମନାଏ। ମ୍ୟାଚ୍ ସମୟରେ ଇଗଲ କ୍ଲବର ସମସ୍ତ ସଦସ୍ୟ ମାନେ ଯୁବକ ବନିଯାନ୍ତି। ସେ ଯାହାବି ହେଉ
“ଇଗଲ କପ୍ କ୍ରିକେଟ୍” ର ଚାମ୍ପିୟନ ହେଲା “ସିଡ଼ିଏ ଲାୟନ୍ସ” କ୍ଲବ୍ କଟକ ଚମ୍ପିୟାନ।


ସ୍ଥାନୀୟ ଇଗଲ କ୍ଲବ ପଡ଼ିଆରେ ଚାଲିଥିବା ୨୦ତମ ରାତ୍ରକାଳୀନ ଏକ ଦିବସୀୟ ଇଗଲ କପ୍ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାର ୮ଟି ବଛାବଛା ଦଳ ଅଂଶଗ୍ରହଣ କରିଥିଲେ । ତେବେ ସମସ୍ତ ଦଳକୁ ପଛରେ ପକାଇ କଟକର ଦୁଇଟି ଦଳ “ମ୍ୟାଜିକ ଏକାଦଶ” ଏବଂ “ସିଡ଼ିଏ ଲାୟନ୍ସ” ଫାଇନାଲକୁ ଉତୀନ୍ନ ହୋଇଥିଲେ । ତେବେ ଚିତାକର୍ଷକ ମ୍ୟାଚ ମଧ୍ୟରେ “ମ୍ୟାଜିକ୍ ଏକାଦଶ” ଦଳକୁ ହରାଇ ସିଡ଼ିଏ ଲାୟନ୍ସ କଟକ ଦଳ ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ଟୁର୍ନାମେଣ୍ଟର ଉଦଘାଟକ ଭାବେ ପୂର୍ବତନ ପୌରାଧ୍ୟକ୍ଷ ସଂଯୁକ୍ତା ସାହୁ, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ତଥା ଆୟୋଜକ କମିଟିର ସଂପାଦକ ଅଭିଶେକ ସିଂହସାମନ୍ତ, କାଉନସିଲର ପ୍ରବୀଣା ଜଗଦେବରାୟ, ଅନିଲ ରାମ, ଅମୀୟ ମହାନ୍ତି, ମୋନାଲିସା ସିଂ, ନାଗଭୁଷଣ ଜେନା ପ୍ରମୁଖ ଯୋଗଦେଇଥିଲେ । ରାତି ବଢିବା ସାଂଗକୁ ଆତାସବାଜି ଓ ଡ଼ିଜେ ସାଉଣ୍ଡର ତାଳେତାଳେ ଦର୍ଶକମାନେ ଖେଳର ବେଶ ମଜା ଉଠାଇଥିଲେ ।

ରବିବାର ରାତ୍ର ୩ ଟା ସମୟରେ ଆରମ୍ଭ ହୋଇଥିଲା ଇଗଲ କପ କ୍ରିକେଟର ୨୦ତମ ସଂସ୍କରଣର ଫାଇନାଲ ମ୍ୟାଚ । ମ୍ୟାଜିକ୍ ଏକଦଶ କଟକ ଦଳ ଟସରେ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଦଳ ନିର୍ଦ୍ଧାରିତ ୬ ଓଭରରେ ୫ଟି ୱିକେଟ୍ ହରାଇ ୧୪୦ରନ୍ କରିଥିଲେ । ଦଳ ପକ୍ଷରୁ ଆଶିଷ ରାଉତ ୮ଟି ବଲର ସମ୍ମୁଖୀନ ହୋଇ ୭ଟି ଛକା ସହାୟତାରେ ୪୨ରନ କରିଥିଲେ । ସିଡିଏ ଲାୟନ୍ସ ପକ୍ଷରୁ ହିମାଶୁଂ ଶେଖର ହାଟ୍ରିକ୍ ଉଇକେଟ୍ ନେଇଥିଲେ । ଜା ବଦଳରେ ସିଡ଼ିଏ ଦଳ ୫.୨ ଓଭରରେ ୨ଟି ଉଇକେଟ୍ ହରାଇ ଆବଶ୍ୟକ ୧୪୧ରନ କରି ବିଜୟ ଘୋଷିତ ହୋଇଥିଲେ । ଦଳ ପକ୍ଷରୁ ଉତମ ମହାନ୍ତି ୧୪ଟି ବଲରେ ୬୫ରନ କରିଥିଲେ । ଫାଇନାଲ ମ୍ୟାଚକୁ ସାନୁଜ ବିଶ୍ୱାଳ ଓ ରାକଶେ ପଟ୍ଟନାୟକ ପଚିଚାଳନା କରିଥିବା ବେଳେ, ଟୁର୍ନାମେଂଟକୁ ସଫଳ କରିବାକୁ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଉଦଯାପନୀ ଉତ୍ସବରେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଇଗଲ କ୍ଲବର ସଭାପତି ରାଜେନ୍ଦ୍ର ସାହୁ ଓ ଅଭିଶେଷ ସିଂହସାମନ୍ତ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ସେହିପରି ଟୁର୍ନାମେଂଟର ଶ୍ରେଷ୍ଠ ଖେଳାଳୀ ଭାବେ ସିଡ଼ିଏର ଶୁଭମ ବେହେରା, ପାଇନାଲର ଶ୍ରେଷ୍ଠ ଖେଳାଳୀ ହିମାଂଶୁ ଶେଖର, ଶ୍ରେଷ୍ଠ ବ୍ୟାଟସମ୍ୟାନ ରୌକ୍ ଅଲ୍ଲୀ ଓ ଶ୍ରେଷ୍ଠ ବୋଲର ଭାବେ ମ୍ୟାଜିକ୍ ଏକାଦଶର ଆଶିଷ ରାଉତଙ୍କୁ ପୁରସ୍କୃତ କରାଯାଇଥିଲା ।
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *