ଇନ୍ଦିରାପଡା ସ୍କୁଲ କଂକ୍ରିଟରାସ୍ତା ଉପରେ କୁଢ କୁଢ଼ ଅଳିଆ, ପ୍ରଶାସନର ନିଘା ନାହିଁ।

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଳକ ସଦର ମହକୁମା ଇନ୍ଦିରାପଡା ସାହିର ବିଦ୍ୟାଳୟ କଂକ୍ରିଟ ରୋଡ଼ରେ କୁଢ଼ କୁଢ଼ ଅଳିଆ,ଯାତାୟାତ କରିବାକୁ ବହୁତ ଅସୁବିଧା,ଭଡ଼ାରେ ରହୁଥିବାଲୋକେ ଅପରିଷ୍କାର କରି ସିସି ରାସ୍ତାଉପରେ ଅଳିଆ ପକାଉଛନ୍ତି ବୋଲି ସାହି ର ସ୍ଥାୟୀ ବାସିନ୍ଦା ପ୍ରକାଶ କରିଛନ୍ତି।ଏଥିପ୍ରତି ବ୍ଳକପ୍ରଶାସନ କି ପଞ୍ଚାୟତ ଧ୍ୟାନ ଦେବାକୁ ଭୁଲିଯାଇଛି ବୋଲି ସାହିବାସିନ୍ଦା ଅଭିଯୋଗ କରିଛନ୍ତି।ଏହି ସ୍ଥାନ ହେଉଛି ଏକ ନମ୍ବର ୱାର୍ଡ ଇନ୍ଦିରା ପଡା,କେବଳ ଅଳିଆ ଆବର୍ଜ୍ଜନା କାହିଁକି, ସରକାରଙ୍କ କୋୖଣସି ବିକାଶ କାମ ମଧ୍ୟ ହେଉନାହିଁ।ଅଳିଆ ଆବର୍ଜ୍ଜନା,ପଲିଥିନ, ପ୍ଲାଷ୍ଟିକ ବୋତଲ,ମଦ ବୋତଲଯୋଗୁଁ ବିଭିନ୍ନ ପ୍ରକାର ରୋଗ ଯଥା, ଡେଙ୍ଗୁ,ମ୍ୟାଲେରିଆ, ଡ଼ାଇରିଆ ସହ ଅନ୍ୟ ସଂକ୍ରାମକ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି।ତେଣୁ ଲୋକ ପ୍ରତିନିଧି ଏବଂ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଦୃଷ୍ଟି ଦେବେ ବୋଲି ଜନସାଧାରଣ ଅପେକ୍ଷାକରି ରହିଛନ୍ତି।
ଗୁଣପୁର ରୁ ହୃଷିକେଶ ପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *