ଉପନିର୍ବାଚନର ଫଳାଫଳ ଅଙ୍କକଶା

 

ଆସନ୍ତା କାଲି ନୂଆପଡା ଉପନିର୍ବାଚନର ଫଳାଫଳ ଘୋଷଣା ହବ। ବିଜେପି, ବିଜେଡ଼ି, କଂଗ୍ରେସ ନେତା ମାନେ ଏବଂ ସାମ୍ବାଦିକ ମାନେ ଅଙ୍କକଶା ଚଲେଇଛନ୍ତି। ସବୁ ଚା ଖଟିରେ ପ୍ରାୟ ଏହି ସମ୍ବନ୍ଧରେ ଆଲୋଚନା ଜାରି ରହିଛି। ଆମ ନ୍ୟୁଜ ଚ୍ୟାନେଲର ଆକଳନ “ବିଜେପି ଯଦି କଂଗ୍ରେସ ଠାରୁ ଜିତେ ତାହାଲେ ଭୋଟ ବ୍ୟବଧାନ ରହିବ ଦଶହଜାରରୁ କମ । ଯଦି ବିଜେପି ଏବଂ ବିଜେଡ଼ି ମଧ୍ୟରେ ନିର୍ବାଚନୀ ଲଢେଇ ହୁଏ ତବେ ଭୋଟ ବ୍ୟବଧାନ ରହିବ ପଚିଶ ହଜାରରୁ ଅଧିକ ଏବଂ ବିଜେପି ଜିତିବ “। ଏହା ଆମର ନିଜସ୍ୱ ମତ ଓ ମନ୍ତବ୍ୟ।
ବିଜେଡିର ଟାଣୁଆ ନେତା ଦେବି ମିଶ୍ର, ଦେବି ତ୍ରିପାଠୀ, ବିଜୟ ନାୟକ ଏବଂ ପ୍ରସନ ଆଚାର୍ଯ୍ୟ ପ୍ରମୁଖ କିନ୍ତୁ ଦାବି ରଖିଛନ୍ତି ଯେ ସେମାନେ ଭୋଟ ବ୍ୟବଧାନ କମ ହେଲେମଧ୍ୟ ଜିତିବେ। ଏଠାରେ ବଡପ୍ରସଙ୍ଗ ହେଉଛି ନୂଆପଡାରେ ଅଭିନନ୍ଦନ ପଣ୍ଡା ଏବଂ ଜୟ ଢୋଲକିଆଙ୍କ ନୀତିଗତ ସନ୍ତୁଳନ କିପରି ରହିବ, ଯଦି ବିଜେପି ଜିତେ। ବସନ୍ତ ପଣ୍ଡା ଏବଂ ଅଭିନନ୍ଦନ ପଣ୍ଡାଙ୍କ ବାପ ପୁଅ ଯୋଡିକୁ ଭୋଟର ବେଶୀ ଭରସା କରିବେ ନା ଜୟ ଢୋଲକିଆଙ୍କୁ।
ବିଜେପି ଜିତିବା କିମ୍ବା ହାରିବା କଥା ଗୋଟିଏ ଦିନ ପରେ ଜଣାପଡିବ। କିନ୍ତୁ ବିଜେପିର ଲବ ଓ କୁଶ ସମ୍ପର୍କରେ ନୂଆପଡାରେ ଚର୍ଚ୍ଚା ଚାଲିଛି। ଭୀଷ୍ମ ପିତାମହ ବୋଲି ନିଜକୁ କହୁଥିବା ବସନ୍ତ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ରାଜ୍ୟ ସଭାପତି ଏକ ପ୍ରକାର ବିଶ୍ୱାସକୁ ନେଉନାହାନ୍ତି ବୋଲି ଏକ ଅସମର୍ଥିତ ସୂତ୍ରରୁ ଖବର ପାଇଛୁ।
ସେ ଯାହାବି ହେଉ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ଯେ ନୂଆପଡା ଉନ୍ନତିରେ ଅଭିନନ୍ଦନ ଏବଂ ଜୟଙ୍କ ପାୱାର ଫାଇଟ ଏକ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବ।
ଯଦି ଘାସିରାମ ମାଝୀ ସ୍ୱାଧୀନ ପାର୍ଥି ହୋଇ ଛିଡାହେଇଥାନ୍ତେ ଏବେର କଂଗ୍ରେସ ଠାରୁ ଅଧିକ ଭୋଟ ପାଇଥାନ୍ତେ ବୋଲି ଆମ ଆକଳନ କହୁଛି। ସେ ଯଦି ବିଜେପି କିମ୍ବା ବିଜେଡ଼ି ଦଳର ଠିଆ ହେଇଥାନ୍ତେ ସେ ନିଶ୍ଚିତ ରୂପେ ବିଧାୟକ ହେଇଥାନ୍ତେ, ଏହା ଆମ ନିଜସ୍ୱ ମତ। ବିଜେଡ଼ି ପାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ମହିଳା କାର୍ଡ଼କୁ ଆକର୍ଷିତ କରିପାରିନାହାନ୍ତି। ତାଙ୍କପାଇଁ ଅନ୍ୟ ନିର୍ବାଚନ ମଣ୍ଡଳୀର ହାରିଥିବା ବିଧାୟକ ହୋଇଥିବାରୁ ଜିତିବା ତାଙ୍କପାଇଁ ଏକ ପ୍ରକାର କଷ୍ଟସାଧ୍ୟ। ଗୋଟିଏ ଛାତ୍ର ପାଇଁ ଯେପରି ଟିଚର, ଟଟ ଏବଂ ଏନଭା୍ୱାରମେଣ୍ଟ ଏକ ସଫଳ ଛାତ୍ର ତିଆରି କରିଥାଏ। ଏହା ମଧ୍ୟ ନିର୍ବାଚନରେ ଜିତିବା ପାଇଁ ଏକ ବିଧାୟକର ଜରୁରୀ ଅଟେ।
ନୂଆପଡାରୁ ତପନ ଦାସ ଏବଂ ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *