କ୍ୟାବିନେଟ ବୈଠକରେ ମୋଟ ୯ ଟି ବିଭାଗର ୧୨ଟି ପ୍ରସ୍ତାବ ଆଲୋଚନା

 

ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ସମ୍ପର୍କିତ ପ୍ରେସ ବିବୃତ୍ତି। ରାଜ୍ୟ କ୍ୟାବିନେଟର ୩୦ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କ୍ୟାବିନେଟ ବୈଠକରେ ମୋଟ ୯ ଟି ବିଭାଗର ୧୨ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଅଛି। ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନ ସଭାର ଆଗାମୀ ୫ମ ଅଧିବେଶନ ଅନୁଷ୍ଠିତ ହେବା ସମ୍ପର୍କିତ ଅଛି l


ପ୍ରଥମଟି ହେଉଛି ଜଳ ସଂଶୋଧନ ଆଇନ ଏହି ଆଇନ ପ୍ରଦୂଷଣ ନିବାରଣ କରିବ। ଏହି ନିଷ୍ପତି ଦୃଢ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବ। ଏହି ପଦକ୍ଷେପ ଦ୍ୱାରା ରାଜ୍ୟକୁ ଆର୍ଥିକ ବିକାଶ ଏବଂ ପରିବେଶ ସ୍ଥାୟୀତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରିବ।
ଦ୍ୱିତୀୟଟି ହେଉଛି ପୋଲିସ କର୍ମଚାରୀ ମାନଙ୍କୁ ୧୯୯୩ ମସିହାରେ ପୋଲିସ ପ୍ରତିଷ୍ଠାନ ଶସତ୍ର ଆରକ୍ଷୀ ବାଟାଲିୟନ ଢେଙ୍କାନାଳ, କଟକ, ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ୨୪୯୫ ପୋଲିସ କର୍ମଚାରୀଙ୍କୁ ଦିଆଯାଇଥିବା ସ୍ପେସିଆଲ ଡ଼ାଏଟ ବାବଦକୁ ୬୪. ୯୪ ଲକ୍ଷ ଟଙ୍କାଙ୍କୁ ହିସାବରୁ ବାଦ ଦେବା ପାଇଁ ନିଷ୍ପତି ନିଆଗଲା।
ତୃତୀୟଟି ହେଉଛି ଓଡିଶା ଅର୍ଥସେବା ନିୟମାବଳୀ ୨୦୧୧ ନିୟମ ୧୭ ର ସଂଶୋଧନ କରାଗଲା। ଏହି ସଂଶୋଧନର ମୁଖ୍ୟ ଉଦେଶ୍ୟ ହେଉଛି ପ୍ରଶାସନିକ ଆବଶ୍ୟକତା ଆଧାରରେ ଓଡିଶା ଅର୍ଥସେବା ଅଧିକାରୀ ମାନଙ୍କ ପାଇଁ ଶସ୍ତାଗତ ଏବଂ ନିଯୁକ୍ତି ଅବଧି ନିର୍ଧାରଣ କିମ୍ବା ସଂଶୋଧନ କରିବା ପାଇଁ ସରକାରଙ୍କୁ କ୍ଷମତା ପ୍ରଦାନ କରାଗଲା।
ଚତୁର୍ଥ ଟି ହେଉଛି ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ, ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ “ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରତ୍ସାହନା ଯୋଜନା” ଅନୁଯାୟୀ ଟ୍ରାକ ମେଟ୍ରିକ ଛାତ୍ରବୃତିକୁ ବୃଦ୍ଧି କରାଗଲା।


ପଞ୍ଚମ ଟି ହେଉଛି ବ୍ୟବସାୟିକ ପରିଦୃଶ୍ୟରେ ଓଡ଼ିଶାର ସ୍ତିତିକୁ ସୁଦୃଢ କରିବା ପାଇଁ “ବୈଶିକ ସାମର୍ଥ୍ୟ କେନ୍ଦ୍ର ” କୁ ଅନୁମୋଦନ କରାଯାଇଅଛି।
ଷଷ୍ଠଟି ହେଉଛି ରାଜ୍ୟରେ ଖଣିଲିଜ ଆବଣ୍ଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହା ମୁଖ୍ୟତ ରାଜ୍ୟର ଲଘୁଖଣିଜ ପଦାର୍ଥର ମୂଲ୍ୟ ଏବଂ ଯୋଗାଣକୁ ସୁନିଶ୍ଚିତ କରିବ।
ସପ୍ତମଟି ହେଉଛି ଓଡିଶା ଖଣିଜ ପଦାର୍ଥ ଯଥା ବେ ଆଇନ ଖଣିଖନନ, ବାଣିଜ୍ୟ ଓ ପରିବହନ ପାଇଁ ନିୟମାବଳୀ ୨୦୨୫ ପ୍ରଣୟନ।ଏହାଦ୍ୱାରା ଚୋରାଚାଲାଣ ବେ ଆଇନ ଖଣିଖନନ ଆଦିକୁ ରୋକାଯାଇପାରିବ।


ଅଷ୍ଟମଟି ହେଉଛି ନିମ୍ନ ଆୟ ଗୋଷ୍ଠୀ ଗୃହ ନିର୍ମାଣ ଯୋଜନା ଅନୁଯାୟୀ ହିତାଧିକାରୀଙ୍କୁ ଆବଣ୍ଟିତ ଜମିର ବିଚାର ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ କ୍ଷମତା ପ୍ରଦାନ କରାଗଲା।
ନବମଟି ହେଉଛି ଯୋଜନା ଓ ସଂଯୋଜନା ବିଭାଗ ଅଧିନସ୍ଥ ଓ.ଏସ.ଏସ.ଏସ. ବର୍ଗର ପୁନର୍ଗଠନ କରାଗଲା। ଏହି ପୁନର୍ଗଠନ ଯୋଗୁଁ ୨୩୧ ଗୋଟି ପଦବୀ ଉଛେଦ କରାଯାଇ ୯୫୪କୁ ହ୍ରାସ କରାଗଲା। ଏହି କ୍ୟାବିନେଟ ବୈଠକ ଯୋଗୁଁ ସରକାର ଜନସାଧାରଣଙ୍କ ନିକଟତର ହେବେ ବୋଲି ସରକାରୀ ସ୍ତରରେ ମତ ରଖାଯାଇଅଛି।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *