ରାୟଗଡ଼ା ଜିଲ୍ଲା ଗୁଣପୁରରେ ଅର୍ଥତ ଗୁଣପୁର ବ୍ଳକ୍ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମହିଳାମାନେ ସମାଜରେ ସ୍ଵାଧୀନ ଭାବେ କିପରି ରହିବେ ସେ ବିଷୟରେ ମହିଳାମାନଙ୍କୁ ଶିକ୍ଷା ଦିଆଯାଉଥିଲା।

ମହିଳାମାନ ଏହି ସମାଜରେ କିପରି ନିର୍ଯାତିତ ଓ ନିଷ୍ପେଷିତ ହେଉଛନ୍ତି ଏବଂସେଥିପ୍ରତି ମହିଳାମାନେ ଧୌର୍ଯର ସହ କିପରି ମୁକାବିଲା କରିବେ ଓ ଭାରତୀୟ ଦଣ୍ଡବିଧାନକୁ କିପରି ସଦପୋଯୋଗ କରିବେ ସେ ବିଷୟରେ ଚର୍ଚ୍ଚା ହୋଇଥିଲା। ଏହି ବୈଠକରେ ସମାଜର ବାଲ୍ୟବିବାହ କିପରି ନିରାକରଣ ହୋଇ ପାରିବ ସେଥୂପ୍ରତି ମଧ୍ୟ ଆଲୋଚନା ହୋଇଥିଲା।

ଏହି ବୈଠକରେ ଗୁଣପୁର ଏଡିଜେ କମ୍ ଚୈରମେନ,ଟିଏଲ ଏସସି ଶ୍ରୀ ଦେବବ୍ରତ ପଟ୍ଟନାୟକ, ଏସଡ଼ିଜେଏମ୍ ମିସ୍ ବିଜୟୀଲକ୍ଷ୍ମ ମହାପାତ୍ର , ଗୁଣପୁର ବିଡିଓ ସ୍ଵସ୍ତିକ ଜମାଦାର , ଗୁଣପୁର ଡେପୁଟି କଲେକ୍ଟର ଶୁଭ୍ରଶାନ୍ତ ରାଉତ , ଆଇନଜୀବୀ ଗୌରୀଶଙ୍କର ଦାସ , ଆଇନଜୀବୀ ପ୍ରମୋଦ କୁମାର ସାହୁ , ଆଇନଜୀବୀ ପ୍ରଦୀପ କୁମାର ପାଢ଼ୀ, ଆଇନଜୀବୀ ରମେଶ ଚନ୍ଦ୍ର ଲିମା ଆଇନଜୀବୀ ସୁସନ୍ଦ୍ୟା ସାହୁ ଓ ଗୁଣପୁର ପୋଲିସ ଥାନାରୁ ଏସ ଆଇ ହେମଲତା ଶବର ଉପସ୍ଥିତ ଥିଲେ । ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ।
