ଯୋଗାଣ ବିଭାଗ ପକ୍ଷରୁ ୩୪ଟି ଘରୋଇ ରନ୍ଧନ ଗ୍ୟାସ ଜବତ ।ଖୋରଧା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସ କଳାବଜାରୀଙ୍କ ଉପରେ ଚଢ଼ାଉ କରାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ରଙ୍କ ନେତୃତ୍ୱରେ ଯୋଗାଣ ଅଧିକାରୀ ମାନେ ବିଭିନ୍ନ ଅଞ୍ଚଳରେ ଘରୋଇ ରନ୍ଧନ ଗ୍ୟାସର କଳାବଜାରୀଙ୍କ ଉପରେ ଚଢ଼ାଉ କରି ୩୪ଟି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି l ବିଭିନ୍ନ ସମୟରେ ଏହା ଉପରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଯୋଗାଣ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ବେଳେ ଅତିରିକ୍ତ ଯୋଗାଣ ଅଧିକାରୀ ରୋହିତ କୁମାର ଦାସ, ଯୋଗାଣ ନିରୀକ୍ଷକ ଦୀପ୍ତି ରଞ୍ଜନ ଇନ୍ଦ୍ରସିଂ, ଯତୀନ କୁମାର ରାଉତ ଓ ଅଲିଭା ଦାଶ ପ୍ରମୁଖ ସହଯୋଗ କରିଥିଲେ l
ଭୁବନେଶ୍ବର ରୁ ଗିରିଧାରୀ ଲାଲ ଷଡଙ୍ଗୀଙ୍କ ରିପୋର୍ଟ୍ ଫଟୋ ନ୍ୟୁଜ ଟାଇମସ୍।
ଗ୍ୟାସ୍ କଳାବଜାରୀ ,ସାବଧାନ୍
