ଚାରି ଦିନ ହେବ ଭାଲୁମାନେ ରାତିରେ ବୁଲୁଥିବା ଖବର

ଜଙ୍ଗଲ ମାଫିଆ ଏବଂ ଫରେଷ୍ଟ କର୍ମଚାରୀ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଗଲ ର ଅବକ୍ଷୟ ଘଟୁଛି। ଏହାର ପରିଣାମ ସ୍ଵରୁପ ରାଜରାସ୍ତାରେ ବୁଲୁଛନ୍ତି ଜଙ୍ଗଲ ଜନ୍ତୁ। ଥରେ ମଣିଷ ରକ୍ତ ଚାଖିଲା ପରେ ବାଘ ଓ ଭାଲୁ ମାନେ ମଣିଷ ଦେଖିଲେ ଆକ୍ରମଣ କରନ୍ତି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଅଧୀନ ଯୋଗିନ୍ଦ୍ରପୁର ଓ ଆଖ ପାଖ ଅଞ୍ଚଳରେ ଗତ ତିନ ଚାରି ଦିନ ହେବ ଭାଲୁମାନେ ରାତିରେ ବୁଲୁଥିବା ଖବର ପାଇ ଆମ କ୍ୟାମେରା ଟିମ ସେଠାରେ ପହଞ୍ଚି ଭିଡିଓ ଉତୋଳନ କରିଛନ୍ତି। ଭାଲୁ ଗୁଡିକ ଯୋଗିନ୍ଦ୍ରପୁର , ଦମାମୁଣ୍ଡା, ଜୟଦପୁର, ଗୋଛାପଡ଼ା ଆଖ ପାଖ ଅଞ୍ଚଳରେ ବୁଲୁଛନ୍ତି। ତେବେ ଭାଲୁକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ସନ୍ଧ୍ୟାରେ ଲୋକେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି l ଏନେଇ ବନ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅଞ୍ଚଳ ବାସି ଦାବୀ କରି ଛନ୍ତି l ଏହି ଘଟଣା ସଂପର୍କରେ ବନପାଳ ପ୍ରକାଶ ସେଠୀ ଙ୍କୁ ପଚାରିବାରୁ ଭାଲୁ ଆସିଥିବା ସମ୍ପର୍କରେ ଆମେ ଅବଗତ ଥିବା ସହ ଅଞ୍ଚଳ ବାସୀ ଙ୍କୁ ସାନ୍ଧ୍ୟ ଓ ସକାଳେ ଭାଲୁର ପ୍ରାଦୁର୍ଭାବ ବଢୁଥିବାରୁ ବନ ବିଭାଗ ପକ୍ଷରୁ ଘରୁ ବାହାରି ବାକୁ ବାରଣ କରାଯାଇଛି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *