ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୁରୀରେ ହିଁ ହେଉଥିବା ବେଳେ ତାହା ଭାରତର ବିଭିନ୍ନ ସ୍ଥାନରେ ମଧ୍ୟ ହେଇଥାଏ। ତାହା ମଧ୍ୟରୁ ଆମ କ୍ୟାମେରା ଟିମ ଉତ୍ତଳନ କରିଥିବା ପୁରୀ, କେନ୍ଦ୍ରାପଡା, ରାୟଗଡା, ମୁମ୍ବାଇ ଏବଂ ଗୁଣପୁର ସ୍ଥିତ ପାବନ ଶ୍ରୀକ୍ଷେତ୍ର ର ରଥଯାତ୍ରାକୁ ଏଠାରେ ପ୍ରସାରଣ କରୁଅଛୁ। ପବିତ୍ର ଆଷାଢ଼ ଶୁକ୍ଳ ଦ୍ଵିତୀୟା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଳିତ ହୋଇଯାଇଛି।ସକାଳେ ଠାକୁର ଙ୍କ ଅବକାଶ ନୀତି,ମଙ୍ଗଳ ଆଳତି,ବେଶ ପରିଧାନ, ମଇଲମ,ସକାଳ ଧୂପ ଆଦି ନୀତିକାନ୍ତି ହେଇଥାଏ। ରଥଯାତ୍ରାରେ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେଇଥାଏ। ଏହାର ଶାନ୍ତିଶୃଙ୍ଖଳା ରକ୍ଷା ହେଉଛି ସରକାରଙ୍କ ପୋଲିସ ବିଭାଗର ଦାୟିତ୍ୱ। ପୁରୀ ରଥଯାତ୍ରା ହେଉଛି ଏକ ବିଶ୍ୱସ୍ତରୀୟ ପର୍ବ।
ବିଜେପି ସରକାରଙ୍କ ସମୟରେ ଦୁଇଥର ରଥଯାତ୍ରା ହୋଇଅଛି। କିନ୍ତୁ ଏଠାରେ ବିଜେପି, ବିଜେଡ଼ି, କଂଗ୍ରେସ ଏବଂ ପ୍ରଶାସନର ରାଜନୀତି ଯୋଗୁଁ ବିଶୃଙ୍ଖଳା ଦେଖାଦେଇଛି। କଡନ ଭିତରେ ବହୁସଂଖ୍ୟକ ବିଜେପି କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ପୋଲିସ ପ୍ରଶାସନର ଭୁଲ ନିଷ୍ପତି ଏବଂ କାର୍ଯ୍ୟ ଦକ୍ଷତାରେ ଅବହେଳା ଯୋଗୁଁ ସାମ୍ବାଦିକଙ୍କ ସମେତ ବହୁ ଭକ୍ତ ଷ୍ଟାମ୍ପଏଡ଼ ର ଶିକାର ହେଇଥିଲେ। କଡନ ଅଞ୍ଚଳରେ ଲୁହା ବ୍ୟାରିକେଟ ଭକ୍ତ ମାନଙ୍କୁ ଏବଂ ରଥ ପାଇଁ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କୁ ଘୋର ଅସୁବିଧାରେ ପକାଉଥିଲା। ପାଗ ଅନୁକୂଳ ଥିଲା, କିନ୍ତୁ ବିଜେପି ସରକାରଙ୍କର କର୍ମୀ ଏବଂ ପୋଲିସ ମାନଙ୍କ ଯୋଗୁଁ ପ୍ରତିକୂଳ ପରିସ୍ଥିତି ମାନ ସୃଷ୍ଟି ହୋଇଥିଲା। ଡାକ୍ତରୀ ଟିମ, ଆସୁ ଚିକିତ୍ସା ଏବଂ ଆହତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ବ୍ୟବସ୍ଥା ନିମ୍ନ ମାନର ଥିଲା। ଯେଉଁ ବ୍ୟକ୍ତିବିଶେଷ ମାନଙ୍କ ଦ୍ୱାରା ଏଭଳି ଘଟିଲା,
ସରକାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଏବଂ ଜଗନ୍ନାଥ ପ୍ରେମୀ ମାନେ ମତ ରଖିଛନ୍ତି।
ସେ ଯାହାବି ହେଉ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଭରି ରହିଥିଲା। ଜଗନ୍ନାଥଙ୍କର ରଥଯାତ୍ରା ଏବେ ପ୍ରାୟ ବହୁତ ସ୍ଥାନରେ ହେଉଛି ତେଣୁ ଜଗନ୍ନାଥ ଧାମର ବ୍ୟବହାର, ନିର୍ମାଲ୍ୟର ବ୍ୟବହାର ଗୁଡିକୁ ଭାରତ ସରକାରଙ୍କର ଜି.ଆଇ.ଟ୍ୟାଗ ର ଅନ୍ତର୍ଭୂକ୍ତ କରିବା ପାଇଁ ଜଗନ୍ନାଥ ପ୍ରେମୀମାନେ ଦାବି କରିଛନ୍ତି।
ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକମାନଙ୍କ ରିପୋର୍ଟ।