ଜଙ୍ଘଲୀ ବାରହା ଶିକାର

ବନ୍ୟପ୍ରାଣୀ ବନାଞ୍ଚଳ ରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ପଡିଲା ମାହଙ୍ଗା l ମାଂସ କାଟି ଭାଗ କରୁଥିବା ବେଳେ ମାଡି ବସିଲା ବିଭାଗ l ମାଂସ ସହିତ କଟୁରୀ, ଛୁରୀ, ବାରହା ଶିକାର ରେ ବ୍ୟବହୃତ ଇଲେକ୍ଟ୍ରି ତାର, ଜେଇ ତାର ଜବତ, ଜଣେ ଆସାମୀ ଗିରଫ l ମୁଖ୍ୟ ଆସାମୀ ଫେରାର l ସୂଚନା ଅନୁଯାଇ ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ କୁମାରୀ ବିଟ ଅନ୍ତର୍ଗତ କୁମାରୀ ନାଳ ପମ୍ପ ହାଉସ ନିକଟରୁ ମଧ୍ୟ ରାତ୍ରି ରେ ଇଲେକ୍ଟ୍ରି ତାର ବିଛାଇ ବାରହା ଶିକାର ହୋଇଥିବା ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ ବିଭାଗ ର ଗଠନ କରି କୁମାରୀ ଗ୍ରାମ ନିକଟସ୍ଥ ନାଳରେ ରେ ସର୍ଚ୍ଚ ଅପରେସନ ଜାରି କରିଥିଲେ l ବାରହା ଶିକାର କରି ମାଂସ କୁ ଭାଗ କରୁଥିବା ସମୟରେ ବିଭାଗ ଘଟଣା ସ୍ଥଳରେ ଚଢ଼ାଉ କରି ମାଂସ ସହିତ, କଟୁରୀ, ଛୁରୀ, ଇଲେକ୍ଟ୍ରି ଓ ଜେଇ ତାର ଜବଦ ସହିତ ଜଣେ ଶିକାରୀ କୁ ଘଟଣା ସ୍ଥଳରୁ ଗିରଫ କରିଥିଲେ l ଗିରଫ ଶିକାରୀ କୁମାରୀ ଗ୍ରାମର ସଚିନ୍ଦ୍ର ଦେହୁରୀ ହୋଇଥିବା ବେଳେ ମୁଖ୍ୟ ଆସାମୀ ସହିତ ଅନ୍ୟ ଦୁଇଜଣ ଆସାମୀ ଘଟଣା ସ୍ଥଳରୁ ଫେରାର ହୋଇଥିବା ଶିକାରୀ ସଚିନ୍ଦ୍ର ACF ଦେବି ପ୍ରସାଦ ଙ୍କ ସମ୍ମୁଖରେ ବୟାନ ରଖିଥିଲେ l ବାରହା ଶିକାର କୁ ନେଇ ରେଞ୍ଜ ପକ୍ଷରୁ କେଶ ନମ୍ବର 1/2025 ରେ ମାମଲା ରୁଜୁ କରି ଆସାମୀ କୁ କୋର୍ଟ ଚାଲାଣ କରାଯାଇଥିବା ସହ ଅନ୍ୟ ଆସାମୀ ଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ACF ସୂଚନା ଦେଇଛନ୍ତି l ଏହି ସ୍ପେଶାଲ ଟିମ ରେ ଏ ସି ଏଫ ଦେବୀପ୍ରସାଦ ରାଉତ, ରେଞ୍ଜର ସଂସାର ବର୍ଗିଆ, ଫରେଷ୍ଟ ର ପ୍ରଭାକର ସାହୁ, ସଞ୍ଜୟ ରାଉତ, ଫରେଷ୍ଟ ଗାର୍ଡ ରୁନି ଦଳବେହେରା ଓ ସମସ୍ତ ସ୍ୱାର୍ଡ ସାମିଲ ଥିଲେ।
ବୌଦ୍ଧ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *