ଜନ୍ମଦିନରେ ରକ୍ତଦାନ ଶିବିର

ଜନ୍ମଦିନ ପାଳନକୁ ନେତାମାନଙ୍କର କର୍ମୀମାନେ ଏବେ ଧୂମଧାମରେ ପାଳନ କରୁଛନ୍ତି। ଏହା ଏକ ଭଲ ପରମ୍ପରା। ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “ସମ୍ପର୍କର ଡୋରି”।
ରାୟଗଡ଼ା ଜିଲ୍ଲା ବିଜୁ ଜନତାଦଳ ପୂର୍ବତନ ସାଂସଦ ଓ ସଭାପତି, ଏନ.,ଭାସ୍କର ରାଓଙ୍କ ୭୩ତମ ଜନ୍ମଦିନ ପାଳିତ ହୋଇଅଛି।


ଦିନ ସକାଳ ୧୧ଘଣ୍ଟା ସମୟରେ ପୂର୍ବତନ ରାଜ୍ୟ ସଭା ସାଂସଦ ଏବଂ ରାୟଗଡା ଜିଲ୍ଲା ବିଜେଡି ସଭାପତି ନାକିତି ଭାସ୍କର ରାଓ ତାଙ୍କର ୭୩ ତମ ଜନ୍ମଦିନ ମହାସମାରୋହରେ ପାଳନ କରିଥିଲେ। ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏହି ଉତ୍ସବ ପାଳନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ପ୍ରଶଂସକ ଏବଂ ବିଜୁ ଜନତା ଦଳର କର୍ମୀ ଭାସ୍କର ରାଓଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବାକୁ ଆସିଥିଲେ। ଅନେକ ସାମାଜିକ ଗୋଷ୍ଠୀ, ଓକିଲ ସଂଘ ସଦସ୍ୟ, ବ୍ୟବସାୟୀ ସଂଘ,ରାୟଗଡ଼ା ମହିଳା ସଂଘ,ରାୟଗଡ଼ା ଜିଲ୍ଲା ପରିଷଦ ସଦସ୍ୟ ମାନେ,ବିଭିନ୍ନ ପଞ୍ଚାୟତ ସମିତି ସଭ୍ୟ, ରାୟଗଡ଼ା ମ୍ୟୁନିସିପାଲଟି ଚେୟାରମେନ ମହେଶ ପଟ୍ଟନାୟକ ଓ ସମସ୍ତ କାଉନସିଲର ମାନେ ଆସି ଭାସ୍କର ରାଓ ଏବଂ ତାଙ୍କ ପତ୍ନୀଙ୍କୁ ଫୁଲମାଳ ଦେଇ ସମ୍ମାନିତ କରିଥିଲେ। ସେମାନେ ଦୀର୍ଘ ଜୀବନ ଏବଂ ସୁସ୍ଥତା କାମନା କରିଥିଲେ।

ଏହି ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ରକ୍ତଦାତାମାନେ ବହୁସଂଖ୍ୟାରେ ସ୍ୱେଚ୍ଛାକୃତ ଭାବରେ ଆସି ରକ୍ତଦାନ କରିଥିଲେ। ସମସ୍ତଙ୍କ ଖାଇବା ପାଇଁ ଖାଦ୍ୟ ଓ ପାନୀୟ ଆୟୋଜନ କରାଯାଇଥିଲା।


ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋରଞ୍ଜନ ଶତପଥୀ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *