ଜଳପ୍ରପାତରେ ସେଲ୍ଫି ନେବା ସମୟରେ ବୁଡିଗଲେ ଯୁବକ । ଗୁଣ୍ଡିଚା ଘାଗି ଜଳ ପ୍ରପାତରେ ପଡି ଯୁବକ ନିଖୋଜ। ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀ ଖୋଜା ଖୋଜି କରିଥିଲେ ସୁଧା ନିଖୋଜ ଯୁବକର କୌଣସି ପତ୍ତା ମିଳୁନାହିଁ। ମିଳିଥିବା ସୂଚନାରୁ ପ୍ରାପ୍ତ ନିଖୋଜ ଯୁବକଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ସହଦେଵ ବେହେରା ଙ୍କ ପୁଅ ଦେବେଶ କୁମାର ବେହେରା (୩୨) ଗୁଣ୍ଡିଚା ଘାଗି ଜଳ ପ୍ରପାତକୁ ପରିବାର ଲୋକଙ୍କ ସାଥିରେ ବୁଲିବାକୁ ଆସିଥିଲେ।

ପ୍ରାକୃତିକ ସୌନ୍ଦର୍ଯ୍ୟ ଜଳ ପ୍ରପାତ ଫୋଟ ଉଠାଉଥିବା ସମୟରେ ଘାଇରେ ତାଙ୍କ ଗୋଡ଼ ଖସି ଜଳ ସ୍ରୋତରେ ଭାସି ନିଖୋଜ ଅଛନ୍ତି।ଅଗ୍ନିଶମ ବାହିନୀ ଉଧାର ଲାଗି କସରତ ଚଳାଇଥିଲେ ମଧ୍ୟ ଯୁବକର କୌଣସି ପତ୍ତା ମିଳି ନାହିଁ। ଘଟଗାଁ ରୁ ମନୋଜ କୁମାର ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

