ଜୟ ଓ ଅଭିନନ୍ଦନ ହେଉଛନ୍ତି ଲବ କୁଶ !

ନୂଆପଡା ବାଇ ଇଲକ୍ସନ ପ୍ରସଙ୍ଗରେ ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତ କାର ଦେଇ ନୂଆପଡାର ବିଜେପି ଦଳର ଟାଣୁଆ ନେତା ବସନ୍ତ ପଣ୍ଡା ବକ୍ତବ୍ୟ ରଖିଛନ୍ତି ଯେ ଗତ ସାଧାରଣ ନିର୍ବାଚନର ବିଜେପି ପାର୍ଥି ତଥା ତାଙ୍କ ପୁତ୍ର ଅଭିନନ୍ଦନ ପଣ୍ଡା ଏବଂ ବର୍ତ୍ତମାନର ବିଜେପି ପାର୍ଥି ଜୟ ଢୋଲକିୟା ହେଉଛନ୍ତି,ବିଜେପି ଦଳ ପାଇଁ ପୁରାଣ ଯୁଗର “ଲବ ଓ କୁଶ ” ଭଳି ଦୁଇ ଭାଇ। ଗତ ସାଧାରଣ ନିର୍ବାଚନରେ ନୂଆପଡା ନିର୍ବାଚନ ମଣ୍ଡଳୀର ଭୋଟର ମାନେ ଅଭିନନ୍ଦନ ପଣ୍ଡାଙ୍କୁ ତୃତୀୟ ସ୍ଥାନରେ ରଖି ରାଜେନ୍ଦ୍ର ଢୋଲକିୟାଙ୍କୁ ଶଙ୍ଖ ଚି଼ହ୍ନରେ ବିଧାୟକ ଭାବେ ନିର୍ବାଚିତ କରିଥିଲେ। ବୋଧହୁଏ “ବାକଫୁଟ” କୁ ଯାଇ ଢୋଲକିୟା ବ୍ରାଣ୍ଡକୁ ଆପଣେଇ ନେଇ ନିର୍ବାଚନ ବୈତରଣୀକୁ ପାର ହେବା ପାଇଁ ବିଜେପି ଚେଷ୍ଟା ଅବ୍ୟାହର୍ତ୍ତ ରଖିଅଛି। ଜିତିବା କିମ୍ବା ହାରିବା ସମୟ କହିବ। ଏଠାରେ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ଯେ ରାଜତନ୍ତ୍ର ଏବଂ ଗଣତନ୍ତ୍ରର ଏହା ହେଉଛି ଲଢେଇ। ପ୍ରକାଶ ଥାଉକି ବର୍ତମାନର ବିଜେଡ଼ି ପାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ କଣ ସ୍ବର୍ଗତ ବିଧାୟକଙ୍କର ଅଧୁରା ସ୍ବପ୍ନ ସଫଳ କରିବା ପାଇଁ ସମର୍ଥ ନୁହନ୍ତି କି। ଆସନ୍ତୁ ଆମ କ୍ୟାମେରା ଟିମକୁ ବିଜେପି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଇଥିବା ନିଜର ମତ ଓ ମନ୍ତବ୍ୟକୁ ଶୁଣିନେବା। ଏଠାରେ ବିଜେପି ପାର୍ଥି ଜୟ ଢୋଲକିୟା ଏବଂ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲୀଙ୍କ ବକ୍ତବ୍ୟକୁ।
ନୂଆପଡାରୁ ଫଟୋ ନ୍ୟୁଜ ଟାଇମ୍ସର ଏଡିଟର ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *