ଡାକ୍ତରଙ୍କ ପ୍ରତି ସରକାର ସଚେତନ ହୁଅନ୍ତୁ

 

ସାରା ଓଡ଼ିଶାରେ ଡାକ୍ତର ମାନଙ୍କର ଏକ ଘଣ୍ଟିଆ କାମ ବନ୍ଦ ଆନ୍ଦୋଳନ ଜାରିରହିଛି। ଆମେ ଏସମ୍ପର୍କିତ ବିଭିନ ଜିଲ୍ଲାର ଧର୍ମଘଟର ନ୍ୟୁଜ ଏବଂ ଭିଜୁଆଲ ପ୍ରଶାସନ କରିଅଛୁ। ଆଜି ଧର୍ମଘଟର ନବମ ଦିନରେ ଆମ ରାଜଗାଙ୍ଗପୁର ଫଟୋ ନ୍ୟଜ ଟାଇମ୍ସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ଭିଜୁଆଲକୁ ପ୍ରସାରଣ କରୁଅଛୁ।


ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନା ପରିସର ରେ ଡାକ୍ତର ଙ୍କ ଆନ୍ଦୋଳନ ଆଜି ନବମ ଦିବସ ରେ ପହଞ୍ଚିଲା। ଓଡ଼ିଶା ମେଡିକାଲ ଆସୋସିଏସନ୍ ଆନୁକୁଲ୍ୟରେ ସାରା ରାଜ୍ୟରେ ମଞ୍ଜୁରି ପ୍ରାପ୍ତ ଅଧାରୁ ଅଧିକ ପଦବୀ ଖାଲି ଏବଂ ଏହି ପଦବୀ ପୂରଣ କରିବା ସହ ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କର ନିକଟରେ ଓମସା୍ ପକ୍ଷରୁ ୨୦୨୫ ଡ଼ିସେମ୍ବର ୨୬ ରୁ ପ୍ରତିଦିନ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନା ପରିସର ରେ କାର୍ଯ୍ୟରତ ଡାକ୍ତରଙ୍କ ଦିନ ୧୦ ଘଟିକା ରୁ ୧୧ ଘଟିକା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଆନ୍ଦୋଳନ କରୁଥିବା ଉପସ୍ଥିତ ଡାକ୍ତର ସୁଚନା ଦେଇଥିଲେ। ଉକ୍ତ ଆନ୍ଦୋଳନ ଯୋଗୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନା ରେ ଦୁର ଦୁରନ୍ତ ରୁ ଆସୁଥିବା ରୋଗୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି।

ଉକ୍ତ ରୋଗି ସେବା ବାଧାପ୍ରାପ୍ତ ଯୋଗୁଁ ଦୁଃଖ ପ୍ରକାଶ କରି ଜନସାଧାରଣ ଙ୍କୁ ଆନ୍ଧୋଳନ ରେ ସହଯୋଗ ପାଇଁ ନିବେଦନ କରିଛନ୍ତି।
ଏହା ରାଜଗାଙ୍ଗପୁରର ବୁଦ୍ଧିଜୀବୀ ମାନଙ୍କୁ ମର୍ମାହତ କରିଛି।

Leave a Reply

Your email address will not be published. Required fields are marked *