ନଦୀବାଲିକୁ ଏବେ ସରକାର ଲଘୁଖଣିଜପଦାର୍ଥ ବୋଲି ବିବେଚନା କରୁଛନ୍ତି।

ନଦୀବାଲିକୁ ଏବେ ସରକାର ଲଘୁଖଣିଜପଦାର୍ଥ ବୋଲି ବିବେଚନା କରୁଛନ୍ତି।
ରାୟଗଡା-ବଂଶଧାରା କୂଳରେ ଅବସ୍ଥିତ ଗୁଣପୁର ସହରରେ ପ୍ରାୟ ୫ ମାସ ହେଲା ବାଲି ର ଅଭାବ ଦେଖା ଯାଇଥିବା ବେଳେ, ବେଳକୁ ବେଳ ଗୃହ ନିର୍ମାଣ କାମ ଠାରୁ ଉନ୍ନୟନ କାର୍ଯ୍ଯ ଏକ ପ୍ରକାର ଠପ୍ ହୋଇଯାଇଛି। ନିର୍ମାଣ ଶ୍ରମିକ ମାନେ କାମ ନଥାଇ ହାତବାନ୍ଧି ବସିଛନ୍ତି । ଏଭଳି ସ୍ଥଳେ ଚେତିଛନ୍ତି ସାଧାରଣ ଲୋକେ ଓ ଶ୍ରମିକ ମାନେ। ବାଲି ସମସ୍ଯା ନେଇ ଜିଲ୍ଲାପାଳ ପାରୁଲ ପାଟାୱରୀ ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆଜି ରାୟଗଡା ରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ଗୁଣପୁର ରୁ ଶତାଧିକ ଲୋକ ଯାଇ, ବାଲି ସମସ୍ଯାର ସମାଧାନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ।
ଗୁଣପୁର ରେ ତିନୋଟି ବାଲୁକା ଶଯ୍ଯା ରହିଥିବା ବେଳେ ଦୁଇଟି ବନ୍ଦହୋଇ ପଡିଛି। ଅନ୍ଯ ଗୋଟିଏ ଗୁଣୁପୁର ବାଲି ଶଯ୍ୟା -୧ କତ୍ତୁରୁ, ବିକ୍ରମପୁର, ହାରସିଂଗୁଡା ଗାଁ କୁ ଲାଗିକରି ରହିଛି। ଏହି ବାଲୁକା ଶଯ୍ଯା ରେ ସବୁ ସୁବିଧା ଥିଲେ ମଧ୍ୟ ବାଲି ବାହାରି ପାରୁନି। ଉକ୍ତ ଅଞ୍ଚଳରୁ ବାଲି ଉତ୍ତୋଳନ କଲେ ନିକଟସ୍ଥ ଗାଁ ଗୁଡାକ ପାଇଁ କୌଣସି ଅସୁବିଧା ନଥିବା ବେଳେ ଅଜଥାରେ ବିରୋଧ କରାଯାଉଛି। ଏହି ବାଲୁକା ଶଯ୍ଯାରୁ ବାଲି ଉତ୍ତୋଳନ କଲେ ସହରବାସୀ ଶୁଲଭ ମୁଲ୍ଯ ରେ ବାଲି ପାଇବେ। ବାହାରୁ ଆସୁଥିବା ବାଲିକୁ ୨୫୦୦ ଟଙ୍କାରେ ଗୋଟିଏ ଟ୍ରାକ୍ଟର କିଣିବାକୁ ପଡୁଥିବା ସମସ୍ଯା ମଧ୍ୟ ଦୁରେଇବ ବୋଲି ସ୍ମାରକ ପତ୍ର ରେ ଉଲ୍ଲେଖ ରହିଛି। ତେବେ ଅତିଶିଘ୍ର ଏହି ସମସ୍ଯା ର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ଜଣାପଡିଛି। ଜିଲ୍ଲାପାଳଙ୍କୁ ଭେଟିଥିବା ଲୋକଙ୍କ ମଧ୍ୟରେ ପୁର୍ବତନ କାଉନସିଲର ପୁର୍ଣ୍ଣ ବାଉରୀ, ଜିତେନ୍ଦ୍ର ନାୟକ, ଭୈରବ ବେହେରା, କେଶବ ମହାନ୍ତି ଙ୍କ ସମେତ ବହୁଲୋକ ସାମିଲ ଥିଲେ।
ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ମନୋରଞ୍ଜନ ଶତପଥିଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *