“ନବୀନ କ୍ରିୟାନୁଷ୍ଠାନ” କମିଟି ଏବେ ବିଜେପିର ଡବଲଇଞ୍ଜିନ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ମାଲକାନଗିରିରୁ। ସେ ଏହାକୁ ବିଧାନସଭାରୁ ଆରମ୍ଭ କରିନାହିଁ। କରିଛି ମୋଟୁ ଅଞ୍ଚଳ। ମୋଟୁ ଅଞ୍ଚଳରେ ପୋଲାଭରମ ପ୍ରକଳ୍ପ ହେଲେ ଆନ୍ଧ୍ର ଲାଭବାନ୍ ହେବ। କିନ୍ତୁ ଓଡିଶା କ୍ଷତିଗ୍ରସ୍ତ ହେବ। ଏହି ପ୍ରସଙ୍ଗ ଏବେର ନୁହଁ ବହୁବର୍ଷ ପୂର୍ବେ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହା ଯୋଗୁଁ ମାଲାକନଗିରି ଜିଲ୍ଲାର କାଲିମେଳା ଓ ପଡ଼ିଆ ବ୍ଲକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେବ। ଜନସାଧାରଣ ସ୍ଵାର୍ଥକୁ ରଖି ବିଜେପି ଡବଲଇଞ୍ଜିନ୍ ସରକାର, ବିଜେପି ଦଳ ଓ କଂଗ୍ରେସ ଦଳ ଏକତ୍ର ହୋଇ ଓଡିଶା ମାଟିପାଇଁ ସ୍ଵର ଉଠାଇବା ଏବଂ କାର୍ଯ୍ୟକରିବା ଆବଶ୍ୟକ।
ବୁଦ୍ଧିଜିବୀ ମାନେ ମତ ଦିଅନ୍ତି ଏହି ସମ୍ପର୍କରେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କର ଆଲୋଚନା କରିବାର ଆବଶ୍ୟକତା ଅଛି। ମୋଟୁ ଠାରେ ମହାସଂଗ୍ରାମରେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେବା ଏକ ରାଜନୈତିକ ଫାଇଦା ନେବାର ମାଧ୍ୟମ ଅଟେ।
ମିଳିତ କ୍ରିୟାନୁଷ୍ଠାନର ଗଣ ସଂଗ୍ରାମ।ପୋଲାଭରମକୁ ନେଇ ମୋଟୁରେ ମହା ତାତି ଆରମ୍ଭ ହୋଇଛି। ବିଗତ କିଛିଦିନ ତଳେ କଳସ ଯାତ୍ରା, ବିକ୍ଷୋଭ ଶୋଭାଯାତ୍ରା କରି, ଭିଟାମାଟି ହକ୍ ପାଇଁ ଲଢୁଥିବା ବାସିନ୍ଦା ମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲେ। ମରିବୁ ପଛେ ମାଟି ଛାଡିବୁ ନାହିଁ ନାରାରେ ଗର୍ଜିଲେ ଲୋକେ।
ଭିଟାମାଟି ହକ୍ ପାଇଁ ଏକାଠି ହେଲେ ସହ ସହ ଆଦିବାସୀ ମହିଳା ଓ ପୁରୁଷ। ହାତରେ ପ୍ଳାକାର୍ଡ଼ ମୁଣ୍ଡରେ କଳସ ଧରି ଶୋଭାଯାତ୍ରା କରିଛନ୍ତି ମହିଳା। ହକ୍ ପୂରଣ ନ ହେଲେ ଦିଲ୍ଲୀ ଯିବୁ ନାରାରେ କମ୍ପିଲା ମୋଟୁ। ମହା ସଂଗ୍ରାମ ସ୍ଥଳରେ ଜନତାଙ୍କ ଗହଳି ବୁଝେଇ ଦେଉଛି ପୋଲାଭରମକୁ କେତେ ବିରୋଧ। କେତେ ଦୂର କ୍ଷତିଗ୍ରସ୍ତ ହେବ ମାଲାକନଗିରି ।ସେପଟେ ଆନ୍ଧ୍ର, ଓଡିଶା, ଛତ୍ତିଶଗଡ଼ ର ମଧ୍ୟ ବହୁ ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ସେପଟେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଏହାକୁ ମୁଖମନ୍ତ୍ରୀ ଥିବା ସମୟରୁ ବିରୋଧ କରୁଥିଲେ ଆଗକୁ ମଧ୍ୟ କରିବେ ବୋଲି କହିଛନ୍ତି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଆସୁଛି ବିଜୁ ଜନତା ଦଳ । ପ୍ରକଳ୍ପକୁ ବନ୍ଦ କରିବାକୁ ବିକ୍ଷୋଭ କରିବା ସହ ପ୍ରଧାମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ଆର୍ଥିକ ଅନୁଦାନ ଦେଇଥିବା ବେଳେ ଚୁପ ବସିଛି ରାଜ୍ୟର ଡବଲ ଇଞ୍ଜିନ ସରକାର । ଆପତ୍ତି ନକରି ବରଂ ସମର୍ଥନ ଜଣାଇଛନ୍ତି । ଆଦିବାସୀଙ୍କ ବ୍ୟାପକ କ୍ଷତି ହେବାକୁ ଯାଉଥିବାବେଳେ ରାଜ୍ୟ ସରକାର ଚୁପ ବସିଛନ୍ତି । ନବୀନ କ୍ରିୟାନୁଷ୍ଠାନ କମିଟି କୁ ଧନ୍ୟବାଦ ଦେବା ସହ ଏହା ଏକ ଲଢେଇ, ହକ୍ ଯାଏ କାର୍ଯ୍ୟ କରାଯିବ ବୋଲି କହିଛନ୍ତି।
ପୋଲାଭରମ ପ୍ରକଳ୍ପ ନେଇ ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ଭୁମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ବୋଲି ବିଜେଡି ମତ ରଖିଛି। କମିଟି ଏବେ ଏକ ବୃହତ୍ ଆନ୍ଦୋଳନର ଆବାହକ ସାଜିଛି । ମୋଟୁ ମୁଗୀ ପଏଣ୍ଟରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି।
ବିଜେଡି ଦଳର ଓଡ଼ିଶାବାସୀଙ୍କ “ଜୀବନ- ଜୀବିକା” କୁ ସୁରକ୍ଷିତ ରଖିବା ପାଇଁ ଏହି ପ୍ରୟାସ ଉପାନ୍ତ ଅଞ୍ଚଳରୁ ଆରମ୍ଭ କରିଛି ।
ମାଲକାନଗିରି ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସ୍ ର ରିପୋର୍ଟ୍।
ନବୀନ କ୍ରିୟାନୁଷ୍ଠାନ କମିଟି ଏବେ ବିଜେପିର ଡବଲଇଞ୍ଜିନ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ମାଲକାନଗିରିରୁ
