ନିର୍ବାଚିତ କର୍ମକର୍ତ୍ତାଙ୍କୁ ବିଧାୟକ ଙ୍କ ଶୁଭେଛା

​ଭଞ୍ଜନଗର ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଅନୁଷ୍ଠିତ ନିର୍ବାଚନ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗରର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ସମସ୍ତ ବିଜୟୀ ପ୍ରତିନିଧିଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ସଫଳ କାର୍ଯ୍ୟକାଳ କାମନା କରିଛନ୍ତି।
​ନବ ନିର୍ବାଚିତ କର୍ମକର୍ତ୍ତା ବୃନ୍ଦ:
ସଭାପତି: ସନ୍ତୋଷ କୁମାର ନାୟକ
ସମ୍ପାଦକ: ଧୂରେନ କୁମାର ସ୍ବାଇଁ


ଉପସଭାପତି: ରଜତ କୁମାର ଦାସ, ସହ ସମ୍ପାଦକ (ନିର୍ବିରୋଧ): ଶ୍ରୀମତି ସ୍ମିଧା ଦାସ,କୋଷାଧ୍ୟକ୍ଷ (ନିର୍ବିରୋଧ): ମଧୁସୂଦନ ପଣ୍ଡା
​ଆଶା କରୁଛୁ, ନୂତନ କର୍ମକର୍ତ୍ତାଙ୍କ ନେତୃତ୍ୱରେ ଓକିଲ ସଂଘର ସୁନାମ ବଜାୟ ରହିବା ସହ ସମାଜରେ ନ୍ୟାୟିକ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।
ଆଗାମୀ ଦିନରେ କାର୍ଯ୍ୟକାରୀ କମିଟି କର୍ମକର୍ତ୍ତା ନିର୍ବାଚିତ ହେବେ। ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ଲଡୁ କିଶୋର ଆଳତିଆ, ତ୍ରିନାଥ ମଳିକ,ବିମ୍ବାଧର ଷଡ଼ଙ୍ଗୀ,

ଗିରିଜା ଶଙ୍କର ଭୂୟାଁ, ଧ୍ରୁବ ପ୍ରସାଦ ତ୍ରିପାଠୀ, ଅଭାଗିନୀ ବିଷୋୟୀ, ରାଜେଶର ଆଚାରୀ ପରିଚାଳନା କରିଥିଲେ। ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଅଧିକାରୀ ଶୁଭେଚ୍ଛା ଜଣାଇଛନ୍ତି। ଗଞ୍ଜାମ ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ବାର ଆସୋସିଏଶନ ହେଉଛି ଭଞ୍ଜନଗର ବାର ଆସୋସିଏଶନ। ତେଣୁ ଅନେକ ସମୟରେ ଏହି ବାର ଆସୋସିଏଶନ ନିର୍ବାଚନ କଡ଼ା ମୁକାବିଲା ହୋଇଥାଏ। ଆଜି ମଧ୍ୟ କିଛି କର୍ମକର୍ତ୍ତା କଡ଼ା ମୁକାବିଲାରେ ବିଜୟୀ ହୋଇଛନ୍ତି ।
ଭଞ୍ଜନଗର ରୁ ପୁରୁଷୋତ୍ତମ ମହାପାତ୍ର ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *