ନୂଆପଡା ଉପନିର୍ବାଚନରେ ଉଷ୍ମତାରେ ନବୀନଙ୍କର ଛାପ ଲାଗିଛି

 

ନୂଆପଡା ଉପନିର୍ବାଚନରେ ଉଷ୍ମତାରେ ନବୀନଙ୍କର ଛାପ ଲାଗିଛି। କୋମନା ବ୍ଲକରେ ତାଙ୍କର ଏକ ସାଧାରଣ ସଭା ଅନୁଷ୍ଠିତ ହେଇଯାଇଅଛି। ଏହି ସଭାରେ ପ୍ରାୟ ପନ୍ଦର ହଜାର ଲୋକଙ୍କର ଜଣସମାଗମ ହୋଇଥିଲା। ଏହି ସଭାର ସଫଳ ପରିଚାଳନା କରିଥିଲେ ପୂର୍ବତନ ମନ୍ତ୍ରୀ ଦେବି ପ୍ରସାଦ ମିଶ୍ର ବହୁ ନାରୀନେତ୍ରୀଙ୍କ ସହିତ ପାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ। ଶାସକ ଦଳରେ ଥିବା ସମୟରେ ବିଜେଡ଼ି ଦଳ ସୁପ୍ରିମୋ ନବୀନ ପଟନାୟକଙ୍କ ପ୍ରତି ଭୋଟର ମାନଙ୍କର ଯେଉଁ କ୍ରେଜ ରହିଥିଲା ତାହା କମିନାହିଁ। ଏବେ ନବୀନ ପଟନାୟକଙ୍କୁ ଦେଖିବାକୁ ମଧ୍ୟ ଲୋକଙ୍କ ମନରେ ଉତ୍ସାହ ବଢିଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ପ୍ରସନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାସ, ସବୁ ବର୍ଗର ଛାମୁଆ ନେତାମାନେ, ଲେଖାଶ୍ରୀ ସାମନ୍ତ ସିଂହାର ଆଦି ନେତୃବୁନ୍ଦ ଉପସ୍ଥିତ ରହିଥିଲେ। ପାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିଥିଲେ। ବିରୋଧୀ ଦଳ ନେତା ନବୀନ ପଟନାୟକ ଭାଷଣ ଦେବା ସମୟରେ ସମସ୍ତ ଭୋଟଦାତା ଉତ୍ସାହିତ ଥିଲେ। ସେ ଯାହାବି ହେଉ ନୂଆପଡା ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ନବୀନଙ୍କ କଷ୍ଟ ଏକ ପ୍ରକାର ସଫଳ ହୋଇଛି। ଆସନ୍ତା ୭ ତାରିଖରେ ଥିବା ନବୀନଙ୍କ ରୋଡ଼ ସୋ ନିଶ୍ଚିତ ରୂପେ ଭୋଟଦାତା ମାନଙ୍କୁ ବିଜେଡ଼ି ସପକ୍ଷରେ ଭୋଟ ଦେବାକୁ ଉତ୍ସା ହିତ କରିବ। କଣ୍ଟାବାଞ୍ଜିର ବିଧାୟକ ତପନ ବାଗ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ କଣ୍ଟାବାଞ୍ଜିର ଭୋଟର ମାନେ ନବୀନ ପଟନାୟକ ଙ୍କୁ ବରଖାସ୍ତ କରି, ତାଙ୍କ ବିପକ୍ଷ ବିଜେପି ଦଳର ତାଙ୍କୁ ଜୟଯୁକ୍ତ କରାଇଛନ୍ତି। ସେହିଭଳି ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ କଣ୍ଟାବିଡା ରୁ ହାରିଥିବା ପାର୍ଥୀନୀ। ସେ ଯାହାବି ହେଉ ଭୋଟରେ ହାରିବା ଓ ଜିତିବା କଏନ ର ଦୁଇପାଖ। ନବୀନ ପଟନାୟକଙ୍କର ଏହି ପବ୍ଲିକ ମିଟିଂ ଟି ଥିଲା ଟ୍ରେଲର ମାତ୍ର। ବାସ୍ତବ ସିନେମା କିନ୍ତୁ ବିଜେବି ଦେଖେଇବ ସାତ ତାରିଖରେ। ସେଦିନ ହେବ ନବୀନ ପଟନାୟକଙ୍କର ରୋଡ଼ ସୋ।


ସେ ନୂଆପଡା ବାସୀଙ୍କୁ ଉଦବୋଧନ ଦେବେ।ନୂଆପଡା ଜିଲ୍ଲା ଗଠନ ସମୟରେ ମଧ୍ୟ ସ୍ବର୍ଗତ ବିଜୁ ପଟନାୟକ ଯେକି ବିଜେଡ଼ି ଦଳ ଗଠନ କରିଥିଲେ। ତାଙ୍କର ସୁଷ୍ଟି ହେଉଛି ନୂଆପଡା ଜିଲ୍ଲା।
ନୂଆପଡା ରୁ ଫଟୋ ନ୍ୟୁଜ ଟାଇମ୍ସର ଏଡିଟର ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *