ନୂଆପଡା ଉପନିର୍ବାଚନର ଉଷ୍ମତା ବହୁଗୁଣିତ ହୋଇଛି। ଆଜି ନଭେମ୍ବର ୩ ତାରିଖରେ ନୂଆପଡାର କୋମନା ବ୍ଲକକୁ ଆସୁଛନ୍ତି ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ପୂର୍ବାହ୍ନରେ ଆସି ଏକ ସାଧାରଣ ସଭାରେ ଯୋଗଦେବେ। ବିଜେଡ଼ି ଦଳର କର୍ମୀ ଓ ନେତାମାନେ ଏଠାରେ ଏକ ମିରାକିଲ ହେବ ବୋଲି ଆଶା ରଖିଛନ୍ତି। ବିଜେଡ଼ି ଦଳର ପାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ, ବିଜେଡ଼ି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଶନ ଆଚାର୍ଯ୍ୟ, ପ୍ରଦୀପ ଅମାତ, ଦେବି ପ୍ରସାଦ ମିଶ୍ର ଓ ଅରୁଣ ସାହୁଙ୍କ ସମେତ ବହୁକର୍ମୀ ଓ ନେତାମାନେ ନବୀନ ପଟନାୟକଙ୍କ ପବ୍ଲିକ ମିଟିଂକୁ ସଫଳ କରିବାରେ ଲାଗିପଡିଛନ୍ତି। ବିଜେପିର ବିଧାୟକ ଅଶୋକ ପଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଲକ୍ଷ୍ମଣ ବାଗଙ୍କ ଠାରୁ ହାରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ଭୋଟରଙ୍କ ପାଖରେ ସେଭଳି କିଛି କ୍ରେଜ ନାହିଁ। ସେହିଭଳି ମଧ୍ୟ ବିଜେଡ଼ି ପାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଅତାବିରା ନିର୍ବାଚନ ମଣ୍ଡଳୀରେ ଭୋଟର ମାନେ ପ୍ରତ୍ୟାଖାନ କରିଥିଲେ। ଜୟ ଢୋଲକିୟାଙ୍କ ମାତା ଏବେ କୋମନା ବ୍ଲକରେ ରୋଡ଼ ସୋ କରି ପ୍ରଚାର ଚଲାଇଛନ୍ତି।

ଯାହାକି ନବୀନ ପଟନାୟକଙ୍କ ପବ୍ଲିକ ମିଟିଂକୁ ଏକ ପ୍ରକାର ପ୍ରତିରୋଧ କରିବ। ଆମ କ୍ୟାମେରା ଟିମକୁ ବିଜେଡିର ନେତା ପ୍ରସନ ଆଚାର୍ଯ୍ୟ, ପ୍ରଦୀପ ଅମାତ, ମୁନା ଖାନ, କ୍ୟାପଟେନ ରାଉତରାୟ ଓ ବିଜେପିର ବିଧାୟକ ଅଶୋକ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି।ଦେଖନ୍ତୁ ସେମାନେ ନିଜ ନିଜ ଦଳ ସପକ୍ଷରେ କଣ କହିଛନ୍ତି। ନୂଆପଡାରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
