ନୂଆପଡା ନିର୍ବାଚନ ଫଳାଫଳ ହେଉଛି ଦଳର ସମାନ

 

ଆସନ୍ନ ପରାଜୟର ହତାଶ ହୋଇ ବିଜେଡି ପ୍ରଳାପ ଆରମ୍ଭ କରିଛି ବୋଲି ବିଜେପି netaw ବିରଂଚି ନାରାୟଣ ତ୍ରିପାଠୀ ମତ ରଖିଛନ୍ତି। ମତଦାନ ସମୟରେ ବିଜେଡିର ପୋଲିଂ ଏଜେଂଟ ଅଭିଯୋଗ କଲେ ନାହିଁ କାହିଁକି ବୋଲି ଶ୍ରୀ ତ୍ରିପାଠୀ ମତ ରଖିଛନ୍ତି। ମତଦାନର ଦୁଇଦିନ ପରେ ଭୁବନେଶ୍ୱରରେ ବସିଥିବା ବିଜେଡିର କେତେଜଣ ତଥାକଥିତ ନେତା ଏବେ ମିଥ୍ୟା ଆରୋପ ଲଗାଇବା ଆରମ୍ଭ କରିଛନ୍ତି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ନୂଆପଡାବାସୀଙ୍କ ଅଗାଢ ଭଲପାଇବାକୁ ବିଜେଡି ସହ୍ୟ କରି ପାରୁନାହିଁ। ହତାଶାଭାବ ଲୁଚାଇବା ପାଇଁ ବିଜେଡି ଏବେ ନାଟକ କରୁଛି। ଭୋଟ ପ୍ରତିଶତ ଉପରେ ପ୍ରଶ୍ନ ଉଠାଇ ନୂଆପଡ଼ାବାସୀଙ୍କୁ ଅପମାନିତ କରିଛି ବିଜେଡି।


ନୂଆପଡ଼ା ଉପନିର୍ବାଚନରେ ବିଜେପି ଇତିହାସ ରଚିବାକୁ ଯାଉଛି । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେତେ ଉପନିର୍ବାଚନ ହୋଇଛି ତା’ଠାରୁ ଅଧିକ ଭୋଟ ବ୍ୟବଧାନରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜେପି ବିଜୟୀ ହେବାକୁ ଯାଉଛି । ବିଜେଡି ବୋଧହୁଏ ଏକଥା ଅନୁଭବ କରିସାରିଲାଣି । ଆସନ୍ନ ପରାଜୟର ହତାଶ ହୋଇ ତାଙ୍କ ଦଳର ନେତାମାନେ ବିଭିନ୍ନ ପ୍ରକାର ବାହାନା ଖୋଜିବା ସହ ପ୍ରଳାପ ଆରମ୍ଭ କଲେଣି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି। ପ୍ରଚାର ସମୟରେ ନବୀନ ପଟନାୟକ ଆଉ ଯେଉଁ ପ୍ରକାର ଅପଶବ୍ଦ ଓ ଭାଷା ପ୍ରୟୋଗ କଲେ ତାହା ରାଜନୀତିରେ ଆଦୌ ଗ୍ରହଣୀୟ ନୁହେଁ ।


ପରବର୍ତୀ ସମୟରେ ତାଙ୍କ ଦଳର ଜଣେ ବରିଷ୍ଠ ନେତ୍ରୀ ବିଜେପି ଉପରେ ମିଥ୍ୟା ଆରୋପ ଲଗାଇବାକୁ ଯାଇ ଗଣମାଧ୍ୟମ ସମ୍ମୁଖରେ କହିଲେ ଯେ, ଗଞ୍ଜାମରୁ କୁଆଡ଼େ ଗୋଟିଏ ଟ୍ରକ୍ ଇଭିଏମ୍ ନୂଆପଡ଼ା ଆସିଛି । ଗଣତନ୍ତ୍ରକୁ ସମ୍ମାନ ଦେଇ ନୂଆପଡ଼ାବାସୀ ଚଳିତ ନିର୍ବାଚନରେ ଯେଉଁ ପ୍ରକାର ଭୋଟିଂ କରିଛନ୍ତି, ସେହି ଭୋଟ ପ୍ରତିଶତ ଉପରେ ଏବେ ପ୍ରଶ୍ନ ଉଠାଇବା ଆରମ୍ଭ କରିିଛି ବିଜେଡି। ନିର୍ବାଚନ ସରିବା ପର୍ଯ୍ୟନ୍ତ ସବୁ କିଛି ଶୃଙ୍ଖଳିତ ଥିବାବେଳେ ଏବେ ମତଦାନର ଦୁଇଦିନ ପରେ ଭୁବନେଶ୍ୱରରେ ବସିଥିବା ବିଜେଡିର କେତେଜଣ ତଥାକଥିତ ନେତା ଏବେ ଏଭଳି ମିଥ୍ୟା ଆରୋପ ଲଗାଇବା ଆରମ୍ଭ କରିଛନ୍ତି ।

ବିଜେଡିର ଦଳୀୟ କର୍ମୀଙ୍କ ମଧ୍ୟରେ ଏହି ହତାଶ ଭାବକୁ ଲୁଚାଇବା ପାଇଁ ବିଜେଡି ଏଭଳି ମିଛ ବୟାନବାଜୀ କରୁଛି, ଯାହା ଗଣତନ୍ତ୍ର ପାଇଁ ଆଦୌ ଶୋଭନୀୟ ନୁହେଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।


ବିଜେଡି କେଉଁ କାରଣ ପାଇଁ ଲୋକଙ୍କ ପାଖରୁ ଦୂରେଇ ଗଲା ତାର ଆତ୍ମ ସମୀକ୍ଷା ନ କରି ଏ ପ୍ରକାର ବିତଣ୍ଡା ଯୁକ୍ତି କରି କୌଣସି ଲାଭ ପାଇବ ନାହିଁ । ବିଜୁ ଜନତା ଦଳ ଓଡ଼ିଶା ରାଜନୀତିର ଏକ ଅସ୍ତଗାମୀ ରାଜନୈତିକ ଦଳ, ତେଣୁ ଏହି ପ୍ରକାର କଥାବାର୍ତା କରିବା ଆରମ୍ଭ କରିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *