ପାଟକୁରା ରାଜନୀତି ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚାର ବିଷୟ

 

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ନିଲମ୍ବନ କରିଛି । ଏହି ନିଲମ୍ବନ ପ୍ରତିବାଦରେ ପାଟକୁରା ନିର୍ବାଚନମଣ୍ଡଳୀର କଳାବୁଦା ଶନି ମନ୍ଦିର ପଡିଆରେ ଏକ ପ୍ରତିବାଦ ସଭା ସୋମବାର ଅନୁଷ୍ଠିତ ହୋଇଛି । ଏହି ପ୍ରତିବାଦ ସଭାରେ ହଜାର ହଜାର ମହିଳା ଅରବିନ୍ଦ ମହାପାତ୍ରଙ୍କୁ ସମର୍ଥନ କରୁଥିବା ପ୍ରକାଶ କରିଛନ୍ତି । ଯେଉର୍ମାନେ ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ରଙ୍କୁ ବିରୋଧ କରୁଥିଲେ ଏବେ ସେମାନେ ବିଜେଡି ସପକ୍ଷରେ ଯୁକ୍ତି ବାଢୁଛନ୍ତି । ବିଜେଡି ହାଇକମାଣ୍ଡ ଯାହା କରିଛନ୍ତି ଠିକ କରିଛନ୍ତି ବୋଲି ପ୍ରଚାର କରୁଛନ୍ତି । କିନ୍ତୁ ସେମାନେ ସେତେବେଳେ ବିଜେଡି ପାଇଁ ଘାତକ ଥିଲେ ଓ ଏବେ ମଧ୍ୟ ବିଜେଡି ପାଇଁ ଘାତକ ବୋଲି ଅରବିନ୍ଦଙ୍କୁ ସମର୍ଥକ କରୁଥିବା ହଜାର ହଜାର ମହିଳା ପ୍ରକାଶ କରିଛନ୍ତି ।

୨୦୨୪ ନିର୍ବାଚନରେ ବିଜେଡି ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ସୁପୁତ୍ର ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରା ନିର୍ବାଚନମଣ୍ଡଳୀରୁ ଟିକେଟ୍ ଦେଇଥିଲା । ବାପାଙ୍କ ଲୋକପ୍ରିୟତା ଓ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଇ ପାଟକୁରାବାସୀ ଅରବିନ୍ଦ ମହାପାତ୍ରଙ୍କୁ ଭୋଟ ଦେଇ ବିଜୟୀ କରିଥିଲେ । ଅରବିନ୍ଦ ମଧ୍ୟ ବିଧାନସଭାରେ ନିଜର ପାରଦର୍ଶିତା ପ୍ରତିପାଦିତ କରିଥିଲେ । ସେ ସରକାରଙ୍କୁ ସବୁ ସମୟରେ ଟାର୍ଗେଟ୍ କରୁଥିଲେ । ହେଲେ ଏହି ଟାର୍ଗେଟ୍ ସରକାରଙ୍କୁ ଅସହ୍ୟ ହେଲା । ତେଣୁ ସରକାର ଗୋଟି ଚଳାଇଲେ ଅରବିନ୍ଦ ମହାପାତ୍ରଙ୍କୁ ନିଷ୍କ୍ରିୟ କରିବା ପାଇଁ । ଅରବିନ୍ଦ ମହାପାତ୍ରଙ୍କ ସ୍ୱରକୁ ବନ୍ଦ କରିବା ପାଇଁ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଲା ।

ଶେଷରେ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ଗତ ଜାନୁୟାରୀ ୧୯ ତାରିଖରେ ଦଳରୁ ନିଲମ୍ବନ କଲେ । ଏହାପରେ ଅରବିନ୍ଦଙ୍କ ସମର୍ଥକମାନେ ଏହି ନିଲମ୍ବନକୁ ବିରୋଧ କରି ଆସୁଛନ୍ତି । ଅରବିନ୍ଦଙ୍କ ସମର୍ଥକ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲା ପରିଷଦ ସଭ୍ୟମାନେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା କରୁଛନ୍ତି । ଯାହାକୁ ନେଇ ପାଟକୁରା ରାଜନୀତି ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚାର ବିଷୟ ହୋଇ ରହିଛି ।
କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ ଓ ଶ୍ରୀକାନ୍ତ ନାୟକଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *