ପାରାଦୀପରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ପ୍ରଭାତ କୁମାର ଦଳାଇଙ୍କ ରିପୋର୍ଟ। ପାରାଦୀପ ପୌରପାଳିକା ଅନ୍ତର୍ଗତ ବଡ଼ପଡ଼ିଆ ମାର୍କେଟ ନିକଟସ୍ଥ ବସ୍ତିରେ ରହୁଥିବା ଅସହାୟ ବୃଦ୍ଧା ବନିତା ସାହୁଙ୍କ ଘର ପୋଡିଯାଇଛି। ସେ ରାତିରେ ସୋଇଥିବା ସମୟରେ ମଶା କାମୁଡାରୁ ରକ୍ଷା ପାଇବା ପାଇଁ ଅଣ୍ଡା କାର୍ଟୁନରେ ନିଆଁ ଲଗାଇଥିଲେ। ସେଥିଯୋଗୁ ନିଆଁ ଲାଗିଯିବା ସମୟରେ ବୃଦ୍ଧା ଜଣକ ନିଜ ପରିବାର ଲୋକଙ୍କୁ ଡାକି ଜୀବନ ବିକଳରେ ବାହାରକୁ ପଳେଇ ଆସିଥିଲେ। ଦେଖୁ ଦେଖୁ କିଛି ମୁହୂର୍ତ୍ତରେ ଝୁପୁଡି ଘର ଜଳି ପୋଡି ଛାରଖାର ହେଇଯାଇଥିଲା। ଏହି ଖବର ପାଇ “ପାରାଦୀପ ସିଟି ଇଉନିଭର୍ସସାଲ ସୋସିଆଲ ଟ୍ରଷ୍ଟ” ର ମିନାକ୍ଷୀ ବେହେରା, ସୁଶାନ୍ତ ଷଣ୍ଡଆରି, ଜ୍ଞାନରଞ୍ଜନ ଜେନା,କଜ ଜେନା, ବିନୋଦ ପାତ୍ର, ବିକ୍ରମ ମଣ୍ଡଳ ଘଟଣା ସ୍ଥଳକୁ ଜାଇ ଯଥା ସମ୍ଭବ ସାହାୟତା ଯୋଗାଇ ଦେଇଥିଲେ ଏବଂ ବିପଦ ସମୟରେ ଧୌର୍ଯ୍ୟ ଧରିବାକୁ ଆଶ୍ୱାସନା ଦେଇଥିଲେ।
ପାରାଦୀପ ବଡ଼ପଡ଼ିଆ ମାର୍କେଟ ସ୍ଥିତ ହୋଟେଲ ସନ୍ତୋଷ ପ୍ଲାଜ଼ାରେ ଅଘଟଣ। ଛାତ ଉପରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର। ହତ୍ୟା ସନ୍ଧେହରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ମୃତ ଯୁବକ ପଶ୍ଚିମ ବଙ୍ଗ ଅଞ୍ଚଳର ସୁମନ କୋନାର।
ପାରାଦୀପ ସିଟି ଇଉନିଭର୍ସସାଲ ସୋସିଆଲ ଟ୍ରଷ୍ଟ
