ପୁଅ ହାଣିଲା ବାପାକୁ

 

ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅଧିନ ମୁକୁନ୍ଦପୁର ଫାଣ୍ଡି ଅନ୍ତର୍ଗତ କୈଳାଶପୁର ପଞ୍ଚାୟତର ଲାଲିବି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା | ମୋବାଇଲ ଫୋନ କିଣିବା ପାଇଁ ଟଙ୍କା ନ ଦେବାରୁ ଉତକ୍ଷିପ୍ତ ହୋଇ ପୁଅ ନିଜ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରିଛି ପୁଲିସ | ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଚମ୍ପା କାଡ୍ରାକାଙ୍କ ଏତଲା ମୁତାବକ, ଗତକାଲି ଲାଲିବି ଗ୍ରାମର ଭୀମା କାଡ୍ରାକା (୪୫)ଙ୍କୁ ତାଙ୍କ ପୁଅ ଉଦୟ କାଡ୍ରାକା (୨୦) ଏକ ମୋବାଇଲ ଫୋନ କିଣିବା ନିମନ୍ତେ ଟଙ୍କା ମାଗିଥିଲା | ମୃତ ଭୀମା ଏବେ ଟଙ୍କା ନାହିଁ, ମୋବାଇଲ ଫୋନ କିଣିବାକୁ କେଉଁଠୁ ଟଙ୍କା ଆଣି ତତେ ଦେବି ବୋଲି କହିଥିଲେ ଏବଂ ଗତକାଲି ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା |

ଏତିକିରେ ଅଭିଯୁକ୍ତ ଉଦୟ ଶାନ୍ତ ହୋଇ ନ ଥିଲା | ଗତକାଲି ରାତିରେ ଖାଇସାରି ଲାଲିବି ଗ୍ରାମ ଠାରୁ କିଛି ଦୂରରେ ଥିବା ତାଙ୍କ କୁଡିଆ ଘରେ ଭୀମା ଶୋଇଥିବା ବେଳେ ପୁଅ ଉଦୟ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା | ମୃତ ଭୀମାଙ୍କ ମୁଣ୍ଡ, ଛାତି, ପଛ ବେକ, କାନ୍ଧ ଓ ପିଠିରେ ହାଣି ହତ୍ୟା କରିଥିଲା | ମୋଟ ୭ ଟି ସ୍ଥାନରେ କ୍ଷତ ଚିହ୍ନ ରହିଛି | ଫଳରେ ଘଟଣା ସ୍ଥଳରେ ହିଁ ଭୀମାର ପ୍ରାଣବାୟୁ ଉଡି ଯାଇଥିଲା | ହତ୍ୟାକାଣ୍ଡ ଘଟାଇବା ପରେ ଏକ ପୋଘାରେ ମୃତ ବ୍ୟକ୍ତିଙ୍କ ବେକରେ ଗୁଡେଇ ଘସାରି ଘସାରି କୁଡିଆ ଠାରୁ ୫୦ ମିଟର ଦୂର ସୂର୍ଯ୍ୟମୁଖି ବାଡ଼ରେ ପୋତି ଦେବାକୁ ନେବା ବେଳେ କୌଣସି କାରଣରୁ ଶବକୁ ସେହି ବାଡ଼ରେ ଛାଡି ଦେଇ ବହୁ ଚତୁରତାର ସହିତ ରକ୍ତ ଭିଜା ନିଜ ପିନ୍ଧିଥିବା ପୋଷାକକୁ ବଦଳେଇ ଗାଈ ଜଗିବା ପାଇଁ ଚାଲି ଯାଇଥିଲା | ପରେ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଚମ୍ପା ଲାଲିବି ଗ୍ରାମରେ ଥିବା ଘରୁ ନିଜ କୁଡିଆକୁ ଯାଇ ଦେଖିଲା ବେଳକୁ ଚାରିଆଡ଼େ ରକ୍ତ ଛିଟା ପଡ଼ିଥିବା ଦେଖିବାକୁ ପାଇଥିଲେ। କିନ୍ତୁ ତାଙ୍କ ସ୍ଵାମୀଙ୍କୁ ପାଇ ନଥିଲେ | ଅଭିଯୁକ୍ତ ପୁଅ ମୃତ ଦେହ ଘୋଷାରି ନେଇଥିବା ରକ୍ତ ଚିହ୍ନକୁ ଦେଖି ଦେଖି ବାଡରେ ପହଞ୍ଚିଲା ବେଳକୁ ନିଜ ସ୍ଵାମୀଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ସେଠାରେ ପଡ଼ିଥିବା ଦେଖିବାକୁ ପାଇଥିବା ଏତଲାରେ ଦର୍ଶାଇଛନ୍ତି |

ପରେ ସଙ୍ଗେ ସଙ୍ଗେ ଲାଲିବି ଗାଁ ଲୋକଙ୍କୁ ଜଣେଇଥିଲେ। ପରେ ମୁକୁନ୍ଦପୁର ଫାଣ୍ଡିରେ ଏକ ଏତଲା ଦିଆଯାଇଥିଲା | ଏତଲାକୁ ଭିତ୍ତି କରି ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ଉମାଶଙ୍କର ତ୍ରିପାଠୀ ନିଜ ପୋଲିସ ଟିମ୍ ସହିତ ସେଠାରେ ପହଞ୍ଚି ଗାଁ ଲୋକଙ୍କୁ ପଚରାଉଚରା କରି ଅଭିଯୁକ୍ତ ଉଦୟକୁ ଧରି ଗିରଫ କରିଥିଲେ | ପରେ ଚାନ୍ଦିଲି ଥାନାକୁ ଜଣାଇଥିଲେ | ଖବର ପାଇ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ସାଇଣ୍ଟିପିକ ଟିମ୍ ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ | ଅନ୍ୟପଟେ ଏହି ହତ୍ୟାକାଣ୍ଡ ପରେ ଲାଲିବି ଗ୍ରାମରେ ଶୋକରଛାୟା ଖେଳି ଯାଇଛି। ବାସ୍ତବ କ୍ଷେତ୍ରରେ ମୋବାଇଲ ଫୋନ୍ ଏବଂ ତାର ଖର୍ଚ୍ଚ ଏକ ଗରିବ ପରିବାର ପାଇଁ ସମ୍ଭବ ନୁହେଁ। ସେ ଯାହାବି ହେଉ ଗାଈ ଚରାଉଥିବା ଭଳି ପିଲାମାନେ ମୋବାଇଲରେ ବିଭିନ ଅଶ୍ଳୀଳ ଫୋଟକୁ ହିଁ ଦେଖିଥାନ୍ତି। ଏଥିପାଇଁ ଅଶ୍ଳୀଳତା ପଦର୍ଶନ କରୁଥିବା ମହିଳାମାନେ ଏବଂ ଏହାକୁ ଦର୍ଶାଉଥିବା ପୋଟାଲ ଗଣମାଧ୍ୟମ ଏଥିପାଇଁ ଦାୟୀ। ଏଠାରେ ପୁଅର ବାପ ସହିତ ସମ୍ପର୍କ ଠାରୁ ମୋବାଇଲ ଫୋନର ଆକର୍ଷଣ ଅଧିକ ରହିଲା।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *