ପୁରୀ ଶ୍ରୀକ୍ଷେତ୍ରର ରଥଖଳା ଚଳାଚଞ୍ଚଳ।

ପୁରୀ ଶ୍ରୀକ୍ଷେତ୍ରର ରଥଖଳା ଚଳାଚଞ୍ଚଳ। ଆଗାମୀ ୨୭ ତାରିଖ ରଥଯାତ୍ରା ପାଇଁ ସବୁବର୍ଗର ମହାରଣା ମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି। ଏହାହିଁ ହେଉଛି ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ସମ୍ପର୍କର ଡୋରି। ପର୍ଯ୍ୟଟକ ମାନେ ପୁରୀର ବିଭିନ ଅଞ୍ଚଳରେ ରହି ରଥଯାତ୍ରା ଉପଭୋଗ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ପ୍ରଶାସନ ମଧ୍ୟ ସଜାଗ ହେଲାଣି। “ହଇଜା” ରୋଗ ନିରାକରଣ ପାଇଁ ମଧ୍ୟ ବ୍ୟାପକ ପ୍ରତିକାର ବ୍ୟବସ୍ଥା କରାଗଲାଣି।


ଆମ ଫଟୋ ନ୍ୟୁଜ ଟାଇମସର କ୍ୟାମେରା ଟିମ ରଥଖଳାର ପ୍ରତ୍ୟକ ମୁହୂର୍ତ୍ତକୁ ଦେଖାଉଛନ୍ତି। ଆମେ ମଧ୍ୟ ଆପଣଙ୍କୁ ଆମ ନ୍ୟୁଜ ମାଧ୍ୟମରେ ରଥ ନିର୍ମାଣର ନିପୁଣ କାରିଗରୀକୁ କ୍ୟାମେରା ଲେନ୍ସ ମାଧ୍ୟମରେ ଦେଖାଉଅଛୁ।


ପୁରୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *