ପୋଲିସ ଠିକ ଭାବରେ ତଦନ୍ତ କରୁନଥିବା ନେଇ ପରିବାର ଅସନ୍ତୋଷ ପ୍ରକାଶ

କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ କାଣ୍ଡାମା ଗାଁର ଜଣେ ବୃଦ୍ଧା ଗତ ୩୦ ତାରିଖରୁ କୌଣସି ପତ୍ତା ମିଳୁ ନାହିଁ। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ତାଙ୍କ ପୁଅ ମୁରଲୀ ପାତ୍ର ଗତ ୩୧ ତାରିଖରେ ବିଶ୍ଵନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ ଅଭିଯୋଗ ର ପାଞ୍ଚ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଠିକ ଭାବରେ ତଦନ୍ତ କରୁନଥିବା ନେଇ ପରିବାର ଅସନ୍ତୋଷ ପ୍ରକାଶ କରୁଛନ୍ତି l କାଣ୍ଡାମ ଗ୍ରାମର ରଘୁ ପାତ୍ର(୬୦) ଗତ ୩୦ ତାରିଖ ସନ୍ଧ୍ୟା ୭ ଘଣ୍ଟା ସମୟରେ କୌଣସି କାରଣରୁ ନିକଟସ୍ଥ ବଣ୍ଡେଲ ଗ୍ରାମକୁ ଯାଉଛି ବୋଲି ପରିବାର ଲୋକଙ୍କୁ କହି ଘରୁ ବାହାରିଥିଲେ। କିନ୍ତୁ ସେଦିନ ସେ ଆଉ ଘରକୁ ଫେରି ନଥିଲେ ।

ପରିବାର ଲୋକେ ଆରଦିନ ସକାଳେ ଆଖପାଖ ଗାଁରେ ଖୋଜଖୋଜି କରିଥିଲେ। କିନ୍ତୁ ବୃଦ୍ଧଙ୍କ କୌଣସି ସନ୍ଧାନ ମିଳିନଥିଲା। ୩୧ ତାରିଖରେ ତାଙ୍କ ପୁଅ ମୁରଲୀ ପାତ୍ର ବିଶ୍ଵନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଲେ ଅଭିଯୋଗର ଦୀର୍ଘ ଦିନ ବିତି ଯାଇଥିଲେ ହେଁ କୌଣସି ସନ୍ଦାନ ମିଳି ପାରିନାହିଁ କି ପୋଲିସ ର କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ l ତେଵେ ପୋଲିସର ତଦନ୍ତ କୁ ନେଇ ପରିବାରରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ପୁଣି କାଣ୍ଡାମା ଗ୍ରାମର ୨୦ରୁ ଉର୍ଦ୍ଧ ମହିଳା ମାନେ ବିଶ୍ୱନାଥ ପୁର ଥାନାର ଦ୍ୱାରସ୍ତ ହୋଇ ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗୁହାରି କରିଛନ୍ତି l

ଯଦି ସଠିକ ତଦନ୍ତ ନ କରାଯାଏ ଆସନ୍ତା କାଲି କଳାହାଣ୍ଡି ଏସପି ଙ୍କ ଦ୍ୱାରସ୍ତ ହେବୁ ବୋଲି ପରିବାର ଲୋକେ ମତପ୍ରକାଶ କରିଛନ୍ତିl ଏନେଇ ବିଶ୍ୱନାଥ ପୁର ଥାନା ଅଧିକାରୀ ତୁଳସୀ ରାମ ଶବର ଙ୍କୁ ପଚାରିବାରୁ ଆଜି ପୁଣି ପରିବାର ଲୋକେ ଆସିଥିଲେ ଓ ଆମେ ଏସଡିପିଓ ଙ୍କୁ ଜଣାଇଛୁ କାଲିକୁ ପୁଣି ତଦନ୍ତ କରିବୁ ବୋଲି ପ୍ରକାଶ କରିଛନ୍ତି l କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ Photo newsTimes

Leave a Reply

Your email address will not be published. Required fields are marked *