ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସରୁ ସେବା ପକ୍ଷ ପାଳନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସରୁ ସେବା ପକ୍ଷ ପାଳନ କରାଯିବ। ସେବା ପକ୍ଷକୁ ଉତ୍ସାହର ସହ ପାଳନ କରିବ ବୋଲି ମତ ଦେଇଛନ୍ତି ବିଜେପି ନେତା ଯତୀନ ମହାନ୍ତି।
୧୭ ରୁ ୨ ଅକ୍ଟୋବର ଯାଏଁ ମଣ୍ଡଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଚାଲିବ ସେବା କାର୍ଯ୍ୟ। ରାଜ୍ୟ ଓ ଜିଲାସ୍ତରରେ ମାଗଣା ସ୍ୱାସ୍ଥ୍ୟ,ରକ୍ତଦାନ ଶିବିର କରାଯିବ। ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍କ ସ୍ୱାସ୍ଥ୍ୟଶିବିର ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନ ଉପରେ ପ୍ରଦର୍ଶନୀ କରାଯିବବା ସହ ଫିଲ୍ମ ପ୍ରଦର୍ଶିତ ହେବ। ବିକଶିତ ଭାରତ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ। ୨୧ ସେପ୍ଟେମ୍ବରରେ ମୋଦି ବିକାଶ ମାରାଥନ କାର୍ଯ୍ୟକ୍ରମ କରାଯିବ।
ସେପ୍ଟେମ୍ବର ୨୫ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀ ରାଜ୍ୟ, ଜିଲ୍ଲା ଓ ବୁଥ୍‌ସ୍ତରରେ ଅନୁଷ୍ଠିତ ହେବ। ଜିଲ୍ଲା, ମଣ୍ଡଳସ୍ତରରେ କର୍ମଶାଳା କରାଯିବ।
ଏନେଇ ରାଜ୍ୟ କାର୍ଯ୍ୟାଳୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ସମ୍ପାଦକ ଅରବିନ୍ଦ ମେନନ୍‌, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରଦାଧିକାରୀ, ମୋର୍ଚ୍ଚା ଓ ପ୍ରକୋଷ୍ଟ ସଂଯୋଜକ, ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା କମଟି ସଦସ୍ୟମାନେ ଉପସ୍ଥିତ ଥିଲେ । ସେବା ପକ୍ଷକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଆଗାମୀ ଦିନରେ ଜିଲ୍ଲା ଓ ମଣ୍ଡଳସ୍ତରରେ ଏଭଳି କର୍ମଶାଳା ଆୟୋଜନ କରାଯିବ ବୋଲି ଡ. ମହାନ୍ତି କହିଛନ୍ତି ।
ଭୁବନେଶ୍ୱରରୁ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *