ବଡ଼ସାହି ବ୍ଲକ ସାମ୍ବାଦିକ ସଙ୍ଘ ତରଫରୁ ମାଣତ୍ରୀ ସ୍ଥିତ ବାବା କଖାରୁଆ ବୈଦ୍ୟନାଥ ପୀଠ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହଇଅଛି | ଏହି ସଙ୍ଘର ସାମ୍ବାଦିକ ନିହାର ରଞ୍ଜନ ମହାପାତ୍ରଙ୍କ ସଭାପତିତ୍ୱରେ, ବୈଠକ ଅନୁଷ୍ଠିତ ହୋଇଅଛି, ଏହି ବୈଠକ ର ବ୍ଲକ ଉପାଧକ୍ଷ ଶ୍ରୀ କାଞ୍ଚନ କୁମାର ପ୍ରଧାନ, ବଳିଷ୍ଠ ସାମ୍ବାଦିକ ମନୋଜ କୁମାର ପଣ୍ଡା, ଓ ଶାନ୍ତନୁ କୁମାର ପଣ୍ଡା ପ୍ରମୁଖ, ଏହି ଜାତୀୟ ପ୍ରେସ ଦିବସ ପାଳନର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କ ବିଷୟରେ ଆଲୋକ ପାତ କରିଥିଲେ |
ଗଣତନ୍ତ୍ର ର ଚାରଟି ସ୍ତମ୍ଭ ରୁ ଚତୁର୍ଥ ସ୍ତମ୍ଭ ଟି ଗଣମାଧ୍ୟମର ଶକ୍ତି , ଏହି ଶକ୍ତି ବଳ ରେ ସାମ୍ବାଦିକ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି, ସତ୍ୟ ଖବର ସଂଗ୍ରହ କରିବା, ଦେଶର ଜନତା ଙ୍କୁ ସଚେତନ କରିବା, ସରକାରଙ୍କ ଉପରେ ନଜର ରଖିବା ଗଣତନ୍ତ୍ର ର ସୁରକ୍ଷା ଓ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଆଦି ସାମ୍ବାଦିକ ଙ୍କ କାମ ବୋଲି ମତପ୍ରକାଶ କରିଥିଲେ | ଏହି ପ୍ରେସ ଦିବସ ବୈଠକ ରେ ଦୀପକ କୁମାର ବୁଗୁଡେଇ, ଛତିଶ କୁମାର ସାହୁ,ନିରଞ୍ଜନ ମହାନ୍ତ,ଅଜିତ କୁମାର ମାହାର୍ଣ୍ଣା,ସମ୍ବିତ ରାଉତ, ସଞ୍ଜିବ ମହାନ୍ତ, ପର୍ଶୁରାମ ବେହେରା, ଓ ବରଦାକାନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ଶେଷରେ ସୁରେଶ ଚନ୍ଦ୍ର ପତି ଧନ୍ୟବାଦ ଅର୍ପଣ କରି ଶୋଭା ଭଙ୍ଗ କରିଥିଲେ |