ବଡ ଠିକା ସଂସ୍ଥା ମାନଙ୍କ ପାଇଁ ଓଡିଶା ସରକାରଙ୍କର ଶ୍ରମ ବିଭାଗ ଏକ ପ୍ରକାର ଚୁପ୍ ହୋଇବସିଛି। ଆମର ଏହି ନ୍ୟୁଜ ସେଗମେଣ୍ଟ “We State You Investigate ” ରେ ଆମେ ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ଠାରେ ହୋଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ଅଘଟଣ ସମ୍ପର୍କରେ ଦର୍ଶାଉଅଛୁ।
ଶ୍ରମ ବିଭାଗର ନିଷ୍କ୍ରିୟତା ଯୋଗୁଁ ଶ୍ରମିକ ଅସୁରକ୍ଷିତ। ଏହା ତଦନ୍ତ ସାପେକ୍ଷ।
ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ର କାର୍ଯ୍ୟ ଶେଷ ହୋଇନାହିଁ। ଏହି ନିର୍ମାଣଧିନ କାର୍ଯ୍ୟରେ ଘଟିଛି ଅଘଟଣ। ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ରେ ନିର୍ମାଣ ଚାଲିଥିବା ରେଳ ଟନେଲ ଭୁଶୁଡ଼ି ପଡ଼ିଛି। ୩୦ ଫୁଟ ଗୋଲେଇର ଏକ ଗାତ ସୃଷ୍ଟି ହୋଇଛି।
ଟନେଲ ଭିତରେ କେତେଜଣ ଶ୍ରମିକ କାମ କରୁଥିଲେ, ସେମାନଙ୍କୁ ଉଦ୍ଧାର କରାଯାଇଛି ନା ନାହିଁ ଏବଂ କାର୍ଯ୍ୟକରିବା ସମୟରେ ଠିକା କମ୍ପାନୀ ଶ୍ରମିକ ମାନଙ୍କର ସୁରକ୍ଷା ପ୍ରତି କେତେ ଯତ୍ନବାନ୍ ହୋଇଅଛି ଏ ସବୁର ପ୍ରଶ୍ନ ବୁଦ୍ଧିଜିବୀ ତଥା ଜନ ସାଧାରଣ ମଧ୍ୟରେ ଆସିଅଛି। ଠିକା କମ୍ପାନୀ ହେଉଛି G.I.R.L. ଏହି ଅଘଟଣକୁ ଠିକା ସଂସ୍ଥା ଚପାଇବା ପାଇଁ ଉଦ୍ୟମ କରୁଅଛି।
ଫଟୋ ନ୍ୟୁଜ ଟାଇମସ୍ ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ୍।