ବହୁ କମ୍ କର୍ମଚାରୀ ବାସ୍ତବରେ ବୃକ୍ଷର ବନ୍ଧୁ। ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ, ରାୟଗଡା ଡି ଏଫ୍ ଓ ଙ୍କ ପଦକ୍ଷେପ।

“ବୃକ୍ଷ ଜୀବର ବନ୍ଧୁ”, ଏହା ପ୍ରାଣୀଜଗତକୁ ବଞ୍ଚାଇ ରଖିଛି। ଏମାନଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କର ବନବିଭାଗ ରହିଅଛି। ଯଦିଓ ଏମାନେ ଦରମା ନିଅନ୍ତି, ବହୁ କମ୍ କର୍ମଚାରୀ ବାସ୍ତବରେ ବୃକ୍ଷର ବନ୍ଧୁ। ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ, ରାୟଗଡା ଡି.ଏଫ୍.ଓ.ଙ୍କ ପଦକ୍ଷେପ।
ରାତି ସମୟରେ ବନଖଣ୍ଡ ଅଧିକାରୀ ସଚିନ ଆନାସାହେବ ଓହଲ, ପ୍ରତୀକ ପ୍ରକାଶ ଇନ୍ଦକର, ସହକାରୀ ବନସଂରକ୍ଷକ ସନ୍ଦୀପ କୁମାର ପୃଷ୍ଟି , ଗୁମ୍ମା ବନରକ୍ଷୀ ଲାବଣ୍ୟ ମାଝୀ, କୁମ୍ବୀକୋଟା ବନରକ୍ଷୀ ସମୀର କୁମାର ସାହୁ, ରାଫୁକଣା ବନରକ୍ଷୀ ପ୍ରଦୀପ କୁମାର ସାହୁଙ୍କ ସମେତ ଗୁମ୍ମା ସେକ୍ସନରେ କାର୍ଯ୍ୟରତ ସମସ୍ତ ବନକର୍ମଚାରୀ ମିଳିତ ଭାବେ ଗୁମ୍ମା ସେକ୍ସନରେ ରାତ୍ର ପେଟ୍ରୋଲିଂ କରୁଥିଲେ। ଏହି ବନକର୍ମଚାରୀ ମାନେ କଦୁପାଡୁ, ଗୁମ୍ମା, ଟିଟିଝୋଲା, ରାଫୁକଣା ବୁଲି ଜଙ୍ଗଲ ନିଆଁକୁ ଆୟତ୍ତ କରିଛନ୍ତି। ଏହି ଗସ୍ତ ରାୟଗଡା ରେଞ୍ଜ ଅଧୀନରେ ଥିବା ଗୁମ୍ମା ସେକ୍ସନରେ ଅନୁଷ୍ଠିତ ହୋଇଥିଲା। ଏହି ଗସ୍ତ ସମୟରେ, ଡି.ଏଫ୍.ଓ .ଏବଂ ତାଙ୍କ ଟିମ୍ ସ୍ତାନୀୟ ଲୋକମାନଙ୍କ ମଧ୍ୟରେ ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତି ସଚେତନତା ବୃଦ୍ଧି କରିବା ଉପରେ ଜୋର ଦେଇଥିଲେ। ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତିରୋଧ ପାଇଁ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ। ସ୍ତାନୀୟ ଗ୍ରାମବାସୀ ମାନଙ୍କର ସହଯୋଗକୁ ବନଖଣ୍ଡ ଅଧିକାରୀ ମାନେ ପ୍ରସଂଶା କରିଛନ୍ତି। ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *