ବହୁ ଚର୍ଚ୍ଚିତ ୭ ବର୍ଷର ଶିଶୁ ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ

ରାୟଗଡ଼ାର ବହୁ ଚର୍ଚ୍ଚିତ ୭ ବର୍ଷର ଶିଶୁ ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ରାୟଗଡା ପୋଲିସ। ଏହି ଘଟଣାରେ ଯାହା ସାମ୍ନାକୁ ଆସିଛି ତାହା ସବୁଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୃତ ଶିଶୁ ରିଷିଙ୍କୁ ତାଙ୍କ ନିଜ ଦାଦା ଚନ୍ଦନ ଗନ୍ତାୟତ ହତ୍ୟା କରିଥିବା ଖୋଲାସା କରିଛି ପୋଲିସ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସ୍ୱାତୀ ଏସ କୁମାର ଏହି ସୂଚନା ଦେଇଛନ୍ତି। ୭ ବର୍ଷର ଶିଶୁ ରିଷିଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା।

ପରେ ନିର୍ମମ ଭାବରେ ତାଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ସାମ୍ନାକୁ ଆସିଛି। ଚନ୍ଦନ ବହୁ ଲୋକଙ୍କ ଠାରୁ ଟଙ୍କା ନେଇ ଉଦ୍ଧାରି ରହିଥିବା ବେଳେ ନିଜ ପରିବାରକୁ ଟଙ୍କା ମାଗିଵା ସହ ଘରର ସୁନା ବନ୍ଧକ ରଖି ଅନଲାଇନ ଗେମ ଖେଳିଥିଲା। ଏହା ସତ୍ୱେ ଅଭିଯୁକ୍ତ ଚନ୍ଦନ ନିଜ ମାଁ ଙ୍କ ଏକାଉଣ୍ଟ କୁ ଆସିଥିବା ଧାନ ବିକ୍ରି ଟଙ୍କା ମଧ୍ୟ ନିଜ ଏକାଉଣ୍ଟକୁ ଟ୍ରାନ୍ସଫର କରାଇଥିଲା। ଯାହାକୁ ନେଇ ସେହିଦିନ ଘରେ କଳହ ଲାଗି ରହିଥିଲା।

ତେବେ ଉକ୍ତ ଘଟଣାକୁ ନେଇ ଉତକ୍ଷିପ୍ତ ହୋଇ ପୁତୁରାକୁ ହତ୍ୟା କରିଥିଲା ଅଭିଯୁକ୍ତ ଚନ୍ଦନ ଓ ହତ୍ୟା ପରେ ଅପହରଣ ନାଟକ ରଚିଥିଲା। ଏହି ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ ସାଇବର ଅପରାଧିକ ମାମଲା ରହଥିବା ଜଣା ପଡ଼ିଛି। ତେବେ ଟଙ୍କା ଲୋଭରେ ଏହି ଅପରାଧ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଏସପି ସ୍ୱାତୀ ଏସ କୁମାର। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ରାୟଗଡା ରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ

Leave a Reply

Your email address will not be published. Required fields are marked *