ବାବା ଆଖଣ୍ଡଳମଣି ନବ ପ୍ରତିଭା ସଂଗୀତ ଶିକ୍ଷା କେନ୍ଦ୍ର ର ରୌପ୍ୟଜୟନ୍ତୀ ପାଳିତ ହେଇଯାଇଅଛି

“ବାବା ଆଖଣ୍ଡଳମଣି ନବ ପ୍ରତିଭା ସଂଗୀତ ଶିକ୍ଷା କେନ୍ଦ୍ର” ର ରୌପ୍ୟଜୟନ୍ତୀ ପାଳିତ ହେଇଯାଇଅଛି। ଏଥିରେ ପୌରାଣିକ ନୁର୍ତ୍ୟ ମାନଭଞ୍ଜନ ଯାହାକି ମୋହନା ସୁନ୍ଦର ଦେବ ଗୋସ୍ୱାମୀଙ୍କ ଦ୍ୱାରା ରଚିତ। ମାନଭଞ୍ଜନ ହେଉଛି ଦେବଦାସୀ ମାନଙ୍କ ଦ୍ୱାରା କରାଯାଉଥିବା ନୁର୍ତ୍ୟର ଏକ ଅଂଶ। ଏହି କାର୍ଯ୍ୟକ୍ରମଟିକୁ ପୁରୀର ଗଙ୍ଗାଧର ବାରିକଙ୍କ ସଭାପତିତ୍ୱରେ କରାଯାଇଥିଲା।

ଏହି ଉତ୍ସାବରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିୟା, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପ୍ରଫୁଲ କୁମାର ସାମନ୍ତରାୟ , ସୁଦର୍ଶନ ପୂଜା ପଣ୍ଡା ସାମନ୍ତ ଆଦି ବ୍ୟକ୍ତିମାନେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମର ମାନବୁଦ୍ଧି କରିଥିଲେ। ଓଡିଶୀ ନୁର୍ତ୍ୟଙ୍ଗନା ଗୁରୁ ଚପଳା ମିଶ୍ର ନୁର୍ତ୍ୟଙ୍ଗନା ବିଦୂଷି ସୁଶ୍ରୀ ମିନାକ୍ଷୀ ବେହେରାଙ୍କୁ ” ରାସେଶ୍ୱରୀ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ମଞ୍ଚରେ ସାଂସ୍କୃତିକ ସମ୍ପାଦକ ସୁଧାଂଶୁ ଭୂଷଣ ରଥ, ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି, ଗୁରୁ ଭରତ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ପୁରୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *