ବାଲ୍ୟ ବିବାହ ନିରୋଧ ସମ୍ପର୍କିତ ସଚେତନତା କର୍ମଶାଳା

ବାଲ୍ୟ ବିବାହ ନିରୋଧ ସମ୍ପର୍କିତ ସଚେତନତା କର୍ମଶାଳା।

ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ଓ ଜାମିନ ବିହୀନ ଦଣ୍ଡନୀୟ ଅପରାଧ ଅଟେ। ଏହି ଅବସରରେ ରାୟଗଡା ଜିଲ୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀ ସଭା ଗୃହରେ ସିଡିପିଓ ଶ୍ରୀମତି ଅନିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିରୋଧ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ସୁଚିସ୍ମିତା ବେହେରା, ସମ୍ମାନିତ ଅତିଥି ପୌର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ, ମୁଖ୍ୟବକ୍ତା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କର୍ମଚାରୀ ପ୍ରମୋଦ କୁମାର ନାୟକ, ଉପଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ତଥା ମଙ୍ଗଳ ବିଭାଗ ଅଧିକାରୀ ଗୁଣୁପୁର ଶ୍ରୀମତି କଳ୍ପନା ମହାଙ୍କୁଡ, ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁ, ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରତିନିଧିତ୍ୱ ମଞ୍ଚାସିନ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥି ମାନଙ୍କ ଗହଣରେ ମୁଖ୍ୟ ଅତିଥି ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ଧୂପଦୀପ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ସହକାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ମଞ୍ଚାସିନ ଅତିଥି ମାନେ ବାଲ୍ୟ ବିବାହ ନିରୋଧ ଅଧିନିୟମ -୨୦୦୬, ଓଡ଼ିଶା ବାଲ୍ୟ ବିବାହ ନିରୋଧ ନିୟମ-୨୦୦୯, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବିବାହ ସୀମା ୧୮ ବର୍ଷରୁ କମ ବୟସର ଝିଅ ଓ ୨୧ ବର୍ଷରୁ କମ ବୟସର ପୁଅ ବିବାହ କଲେ ବାଲ୍ୟ ବିବାହ ନିରୋଧ ଅଧିନିୟମ-୨୦୦୬ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ଅଟେ। ଏହି କାର୍ଯ୍ୟକ୍ରମ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମୁଖ୍ୟ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।

ବାଲ୍ୟ ବିବାହ କୁ ରୋକିବା ପାଇଁ ବିବାହର ପ୍ରତିରୋଧ କରିବା, ବାଲ୍ୟ ବିବାହରୁ ସୁରକ୍ଷା ଓ ଅପରାଧୀ ପ୍ରତି ଆଇନ ଗତ କାର୍ଯ୍ୟାନୁଷ୍ଠାନ କରାଗଲେ ନିଶ୍ଚିତ ଭାବେ ବାଲ୍ୟ ବିବାହକୁ ରୋକି ପାରିବାରେ ସଫଳ ହୋଇ ପାରିବା । ଏଥିରେ ଗ୍ରାମାଞ୍ଚଳ ଠାରୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକତା ରହିଛି ବୋଲି ମଞ୍ଚାସିନ ଅତିଥି ମାନେ ସଚେତନତା ବାର୍ତ୍ତା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଲ୍ୟ ବିବାହକୁ ନାଁ ଓ ପାଠ ପଢ଼ିବାକୁ ହଁ କହିବା ସହିତ ବାଲ୍ୟ ବିବାହକୁ ରୋକିବା ପାଇଁ ଏକ ଶପଥ ପାଠ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମସ୍ତ ବିଭାଗୀୟ ଅଧିକାରୀ,ପି.ଇ.ଓ, ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ,ମେଟ୍ରୋନ, ଆଶା, ଅଙ୍ଗନବାଡି କର୍ମୀ, ସ୍ବେଛାସେବୀ, ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ସମ୍ୱନ୍ୱିତ ଶିଶୁ ବିକାଶର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗକରିଥିବା ବେଳେ ମିଶନ ଶକ୍ତି ବି.ପି.ସି. ସୁନୀଲ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ।

ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *