ବିଏମସ ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ବିରୋଧ

ଭୁବନେଶ୍ୱର ଠାରେ ବିଏମସ ଅତିରିକ୍ତ କମିଶନରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ଏବେ ପ୍ରାୟ ପ୍ରତ୍ୟେକ ଜିଲାରେ ଓଏଏସ ଅଫିସର ସଂଘ ତରଫଟୁ ନିନ୍ଦା କରିବା ସହିତ ପ୍ରତିବାଦ କରାଯାଇଛି। ବାସ୍ତବରେ କାର୍ଯ୍ୟରତ ଅଫିସରଙ୍କୁ ସର୍ବସାଧାରଣରେ ମାଡାମାରିବା ଦ୍ୱାରା ସରକାରୀ ଶାସନ ଏକ ପ୍ରକାର ଘୁଷୁଡ଼ି ଯିବ। ଶାନ୍ତିପ୍ରିୟ ଓଡ଼ିଶାରେ ଏଭଳି ଘଟୁଥିବା ଯୋଗୁଁ ଏହା ଶାସକ ଦଳ ତଥା ବିରୋଧୀ ଦଳର ନିଷ୍କ୍ରିୟତାକୁ ପ୍ରମାଣ କରୁଅଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଉଛନ୍ତି। ଭୁବନେଶ୍ୱରରେ ଅଫିସର ସଂଘ ଏହାର ବିରୋଧ କରୁଛି।


ସେ ଯାହାବି ହେଉ ବିଏମସିର ଅତିରିକ୍ତ କମିଶନର ଅଭିଯୋଗ ଶୁଣାଣି କାର୍ଯ୍ୟ ସମୟରେ ମରଣାନ୍ତକ ଆକ୍ରମଣ ଘଟଣାକୁ ବାଲିଗୁଡାର ସମସ୍ତ ସରକାରୀ କର୍ମଚାରୀ ନିନ୍ଦା କରିବା ସହିତ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିବାର ଦେଖିବାକୁ ମିଳିଛି। ତୁମୁଡିବନ୍ଧ ବ୍ଳକ କର୍ମଚାରୀ ମାନେ ଯଥା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କେଦାରନାଥ ଚୌଧୁରୀ,କନିଷ୍ଠ ଯନ୍ତ୍ରୀ ବିନୟ କୁମାର ମିଶ୍ର, ରାମ ପ୍ରାସଦ ଦାସ, ସୁନୀଲ କୁମାର ପ୍ରଧାନ, ବରିଷ୍ଠ କିରାଣୀ ଅରୁଣ କୁମାର ସ୍ବାଇଁ ବିବେକାନନ୍ଦ କହଁର, ବିଏସଏସଓ ସୌମ୍ୟରଂଜନ ସାହୁ, ବିଏଲସି ବାଦଲ କୁମାର ପ୍ରଧାନ,ବି ପି ସି ଆଶୀର୍ବାଦ ଦିଗାଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଗା ମାଧବ ପଣ୍ଡା ଓ ଅନ୍ୟ ସମସ୍ତ କର୍ମଚାରୀ ମାନେ ଅତିରିକ୍ତ ବିଏମସି କମିଶନରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନିନ୍ଦା କରିବା ସହିତ ସମସ୍ତ ଆକ୍ରମଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନ ହେଲେ ଏହି କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ ଜାରୀ ରହିବ ବୋଲି କର୍ମଚାରୀମାନେ କହିଛନ୍ତି।
ଫୁଲବାଣୀର ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।


ସେହିଭଳି ରାୟଗଡା ଓଡ଼ିଶା ପ୍ରଶାସନିକ ସେବା (OAS) ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ଏବଂ ଆଜି ଠାରୁ ସାମୂହିକ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାପାଳଙ୍କୁ ଏକ ଚାରି ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ସୂଚନା ଅନୁଯାୟୀ ଗତ ସୋମବାର ଦିନ ଏକ ଜନ ଅଭିଯୋଗ ସମାଧାନ ବୈଠକ ସମୟରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁଠାରେ କିଛି ଦୁର୍ବୁତ୍ତ ଶ୍ରୀ ସାହୁଙ୍କ କାର୍ଯ୍ୟାଳୟରେ ପଶି ତାଙ୍କୁ ଶାରୀରିକ ଆକ୍ରମଣ କରିଥିଲେ ଏବଂ ତାଙ୍କୁ ଅପହରଣ କରିବାକୁ ଚେଷ୍ଟା କରିଥିଲେ। ଏହି ଅମାନବିକ
ଆକ୍ରମଣ ରାଜ୍ୟବ୍ୟାପୀ ସରକାରୀ ଅଧିକାରୀଙ୍କ ମଧ୍ୟରେ ବ୍ୟାପକ କ୍ରୋଧ ସୃଷ୍ଟି କରିଛି। ଏହାର ଜବାବରେ, ରାୟଗଡା ଓଏସ ସଂଘ ସର୍ବସମ୍ମତିକ୍ରମେ ଗଣ ଛୁଟିରେ ଯାଇ ଘଟଣାର ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି। ସଂଘ ଆକ୍ରମଣରେ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ସହିତ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏପରି କାର୍ଯ୍ୟ ପୁନରାବୃତ୍ତି ନହେବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ସରକାରଙ୍କ ସଂଘ ଦାବି ଜଣାଇଛନ୍ତି।
ରାୟଗଡ଼ାରୁ ସାମ୍ବାଦିକ ମନୋରଞ୍ଜନ ଶତପଥିଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *