ବିଧାନସଭାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ କଟକଣା ଲଗାଯାଇଥିଲା। ସାମ୍ବାଦିକମାନଙ୍କ ଆନ୍ଦୋଳନ ପରେ କଟକଣା ଉଠାଗଲା, ପ୍ରକାଶ ଥାଉକି ବିଧାନସଭା ଗୃହ ମଧ୍ୟରେ ବିଧାୟକ ମାନଙ୍କ ଗଣ୍ଡଗୋଳର ଭିଜୁଆଲ୍ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ କ୍ଷୁବ୍ଧ ହୋଇ ବିଧାନସଭା ତରଫରୁ ସାମ୍ବାଦିକମାନଙ୍କୁ ମୋବାଇଲ୍ ନ ନେବାପାଇଁ କଟକଣା କରାଯାଇଥିଲା। ଏହା ଏକ ଅମାନୁଷିକ କାର୍ଯ୍ୟ ଦର୍ଶାଇ ସାମ୍ବାଦିକ ମାନେ ପରିସରରେ ଥିବା ଗାନ୍ଧୀମୂର୍ତ୍ତୀ ତଳେ ଧାରଣା ଦେଇଥିଲେ। ଏହା ପରେ ଚାପର ବଶବର୍ତ୍ତୀ ହୋଇ କଟକଣାକୁ ଉଠାଗଲା। ବିଧାନସଭା ପରିସରରୁ ଗିରିଧାରୀ ଲାଲ ଷଡଙ୍ଗୀଙ୍କ ରିପୋର୍ଟ୍। ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ସହ ଗଣମାଧ୍ୟମର ପ୍ରତିନିଧି ମାନେ ଆଲୋଚନାରତ l ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ସରକାରୀ ଦଳ ମୁଖ୍ୟସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ, ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଉପସ୍ଥିତ ଅଛନ୍ତି l
ବିଧାନସଭାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ କଟକଣା ଲଗାଯାଇଥିଲା।
