ବିପଦ ଜନକ ଷ୍ଟଣ୍ଟ ଦେଖେଇବା ଏକ ଅପରାଧ। ଏହାଦ୍ୱାରା ଅନ୍ୟ ବ୍ୟକ୍ତିବିଶେଷ, ନାବାଳକ ଏବଂ ପ୍ରଚାରର ପ୍ରେମୀ ଲୋକମାନେ ଏହାକୁ ଅନୁସରଣ କରି ନିଜର ତଥା ଜନସାଧାରଣଙ୍କର କ୍ଷତି ପହଞ୍ଚାଇଥାନ୍ତି। ଆମର ଏହି ନ୍ୟୁଜ ସେଗମେଣ୍ଟ ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଜନସଚେତନତା ସୃଷ୍ଟି କରିବା ପାଇଁ ଉଦିଷ୍ଟ।
ବୌଦ୍ଧ ଜିଲ୍ଲା ରେ କିଛିଦିନ ହେଲା ପ୍ରଥମ କରି ରେଳ ଚଳାଚଳ ଆରମ୍ଭ ହୋଇଛି l ଜିଲ୍ଲାରେ ଟ୍ରେନ୍ ଚଳାଚଳ ପରେ ଲୋକଙ୍କ ମନରେ ଅନେକ ଖୁସି ଆଣିଦେଇଛି l କିନ୍ତୁ ଜିଲ୍ଲାରେ ଟ୍ରେନ୍ ଗଡିବ ପ୍ରଥମ ହୋଇଥିବା ବେଳେ ରେଳ ଲାଇନ ନିକଟ ବର୍ତ୍ତି ହେଉ ବା ସ୍ଥାନୀୟ ଲୋକଙ୍କ ଭିତରେ ଟ୍ରେନ୍ ଚଳାଚଳ ନୀତିନିୟମ ଉପରେ କୌଣସି ସଚେତନତା ନଥିବା କିମ୍ୱା ଜ୍ଞାନ ନଥିବା ଭଳି ଚିତ୍ର ଆରମ୍ଭରୁ ଦେଖିବା କୁ ମିଳିଲାଣି l

ଏଥିପ୍ରତି ରେଳ ବିଭାଗ କତୃପକ୍ଷ ଲୋକଙ୍କୁ ସଚେତନତା କରାଉନାହିଁ l କାରଣ କିଛି ଦିନ ତଳେ ସରସରା ଲେବୁଲ୍ କ୍ରସିଂ ଠାରେ ଜଣେ ଚାଷୀ ଙ୍କ ଅବହେଳା ପାଇଁ ଟ୍ରେନ୍ ଧକାରେ ୭ ଟି ଛେଳିଙ୍କ ଜୀବନ ଯାଇଥିବା ଖବର ସାମ୍ନାକୁ ଆସିଥିଲା l ସେହିପରି ଶୁକ୍ରବାର ଦିନ ପୁରୁଣାପାଣି ଷ୍ଟେସନ ନିକଟରେ ଟ୍ରେନ୍ ଆସୁଥିବା ବେଳେ ରେଳ ଧାରଣା ଉପରେ ଶୋଇ ଷ୍ଟଣ୍ଟ ଦେଖାଇଲେ ଜଣେ ନାବାଳକ। ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି l

ଶୁକ୍ରବାର ଦିନ ଅପରାହ୍ନ ୩ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ସୋନପୁର – ବୌଦ୍ଧ ରେଳପଥର ପୁରୁଣା ପାଣି ଷ୍ଟେସନ୍ ଓ ମସିଣା ପଡ଼ା ଗ୍ରାମ ମଝିରେ ରେଳ ଆସୁଥିବା ବେଳେ ରେଳ ଧାରଣା ମଝିରେ ଶୋଇ ଜଣେ ନାବାଳକ ଷ୍ଟଣ୍ଟ ଦେଖାଉଥିବା ଭିଡ଼ିଓ ସାମାଜିକ ଗଣ ମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି l

ନାବାଳକ ଜଣକ ଟ୍ରେନ୍ ଯିବା ପରେ ସୁରକ୍ଷିତ ଭାବରେ ରେଳ ଧାରଣା ରୁ ଉଠିଥିବା ବେଳେ ଘଟଣା ସ୍ଥଳରେ ଥିବା ତାଙ୍କ ସାଙ୍ଗ ମାନେ ମୋବାଇଲ୍ ରେ ଭିଡ଼ିଓ ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି l ନାବାଳକଙ୍କ ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ପୋଲିସ ନିଜ ତରଫରୁ କେଶ ରୁଜୁ କରି ଏଭଳି କରିଥିବା ନାବାଳକ ମାନଙ୍କୁ ଗିରଫ କରି ଜାମିନରେ ଛାଡିଛନ୍ତି।
ବୌଦ୍ଧ ଜିଲ୍ଲାର ଫଟୋ ନ୍ୟୁଜ ଟାଇମସର ପ୍ରତିନିଧି ବାସୁଦେବ ଷlଣ୍ଢଙ୍କ ରିପୋର୍ଟ।
