ବେଦାନ୍ତ ପାଇଁ ନିୟମଗିରି ଖଣି ବିବାଦ

ବେଦାନ୍ତ କମ୍ପାନୀର ସପକ୍ଷ ବାଦୀ ” ଆଞ୍ଚଳିକ ବିକାଶ ପରିଷଦ” ରାଜନୀତି ନକରିବା ପାଇଁ ସାଧାରଣରେ ଦାବି ହେଉଛି।
ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀକୁ ଖଣି ଦେବା ପାଇଁ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ରାଜନୀତି ନକରୁ ନଚେତ ଆଗାମୀ ଦିନରେ ଏହାର ଉଚିତ ଜବାବ ଦିଆଯିବ ବୋଲି ଖଣ୍ଡୁଆଲ ମାଳି ସାହି ସୁରକ୍ଷା ସମିତି ସଭାପତି ବ୍ରିଟିଶ କୁମାର ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମଖରେ ଚେତାବନୀ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଭାବେ ଦୀର୍ଘ ୨୦ ବର୍ଷ ହେଲା ଲାଞ୍ଜିଗଡ଼ଠାରେ ବେଦାନ୍ତ କମ୍ପାନୀ ସ୍ଥାପିତ ହୋଇଛି ।

ବାହାର ରାଜ୍ୟ ବିଶେଷ କରି ବିଦେଶରୁ ବକ୍ସାଇଟ ଆଣି ଲାଞ୍ଜିଗଡ଼ସ୍ଥିତ ପ୍ରକଳ୍ପ ଚଳାଇବା ମୁସ୍କିଲ ହୋଇପଡୁଥିବା ବେଳେ ଏହାଦ୍ୱାରା ଅଞ୍ଚଳର ବିକାଶ ପ୍ରକ୍ରିୟାରେ ମଧ୍ୟ ବାଧା ଉପୁଜୁଛି। ଏପରିକି କମ୍ପାନୀ ବାହାରୁ କଞ୍ଚାମାଲ ଆଣି କ୍ଷତିରେ ପଡୁଅଛି। କଞ୍ଚାମାଲ ଯୋଗାଇଦେବା ଦାବିରେ ଗତ ୨୨ ତାରିଖରେ କମ୍ପାନୀ ସପକ୍ଷରେ ସ୍ଥାନୀୟ କଞ୍ଚାମାଲ ଯୋଗାଇଦେବା ଦାବିରେ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଲାଞ୍ଜିଗଡ଼ଠାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା।ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଆଞ୍ଚଳିକ ବିକାଶ ପରିଷଦର ଯେଉଁମାନେ ବେଦାନ୍ତ କମ୍ପାନୀକୁ ଖଣି ଦେବା ସପକ୍ଷରେ ଦାବି କରୁଛନ୍ତି ସେମାନେ କେତେଦୂର ଠିକ କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ଲୋକଙ୍କର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଜିବି ଅପହଞ୍ଚ ହୋଇ ରହିଛି ବୋଲି ବିପକ୍ଷବାଦୀ ମାନେ ଦାବି କରୁଛନ୍ତି । ଜନ ବସତି ଅଞ୍ଚଳରେ ବେଦାନ୍ତ ରେଡ଼ମଡ ପଣ୍ଡ ସ୍ଥାପନ କରିବା ଯୋଗୁଁ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି।

ଛାତ୍ରଛାତ୍ରୀ ମାନେ ଅଞ୍ଚଳରେ କମ୍ପାନୀ ଥାଇ ମଧ୍ୟ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।ଗୋଟିଏ ପଟେ ଓଡ଼ିଶାର ସାଧାରଣ ଲୋକଙ୍କୁ ଚାକିରୀ ଓ ବିକାଶ ନାଁରେ ବେଦାନ୍ତ କମ୍ପାନୀ ଲୁଟୁଛି ବୋଲି ସେମାନେ ଦାବି କରୁଛନ୍ତି।ଅନ୍ୟପଟେ ବିକାଶ ନାଁରେ କମ୍ପାନୀର ଏଜେଣ୍ଟ ଏବଂ ଦଲାଲ ସାଜି ସ୍ଥାନୀୟ ଓ ଆଖପାଖ ପଞ୍ଚାୟତ ଅଞ୍ଚଳର ତଥା ବାହାର ଲୋକଙ୍କୁ ନେଇ ବୈଠକ ଓ ରେଲି ନାଁରେ ସୋ କରି କମ୍ପାନୀରୁ ଜଣକପିଛା ୫୦୦ ଟଙ୍କା ନେଇ ହରି ଲୁଟ କରୁଛନ୍ତି। ଅଞ୍ଚଳର ଆଦିବାସୀ ଓ ଦଳିତଙ୍କ ସରଳତାର ଫାଇଦା ନେଇ “ଆଞ୍ଚଳିକ ବିକାଶ ପରିଷଦ” ପକ୍ଷରୁ ବେଦାନ୍ତକୁ ସ୍ଥାନୀୟ ଖଣି ଯୋଗାଇ ଦେବାକୁ ଗ୍ରାମସଭା କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଖଣି ପାଇଁ ରାଜନୀତି କରିବେ ଆଗାମୀ ଦିନରେ ଭୟାବହ ହେବ ବୋଲି ବିପକ୍ଷ ବାଦୀ ଚେତାବନୀ ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *