ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକଷ୍ଟମୀ ରଥଯାତ୍ରା ସମନ୍ୱୟ କମିଟି ବୈଠକ l ରଥ ଉପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଶୁଲଭ ନିମନ୍ତେ ଦିଅଙ୍କ ଆଗରେ କେହି ରହିବେ ନାହିଁ। ବିଶୃଙ୍ଖଳାରୁ ନିବୃତ ରହି ପ୍ରଭୁଙ୍କ ରଥଟଣା ସମ୍ପନ୍ନ କରନ୍ତୁ।ସୂଚାରୁ ରୂପେ ଠିକ ସମୟରେ ରଥ ଗଡିବ।
ସୁତନ୍ତ୍ର ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ୨୦୨୫ ଅଶୋକଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ରଥଯାତ୍ରା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ବୈଠକରେ ବିଧାୟକ, ଭୁବନେଶ୍ୱର ଏକାମ୍ର ବାବୁ ସିଂହ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ସେବାୟତ, ବିଭିନ୍ନ ବିଭାଗୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ, ସିଭିଲ ଡିଫେନ୍ସ, ସ୍ବେଛାସେବୀ ଅନୁଷ୍ଠାନ କର୍ମକର୍ତା ମାନଙ୍କ ସହ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ ନିମିତ୍ତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଜିଲ୍ଲାପାଳ ଶ୍ରୀ ରା଼ଣା ସମସ୍ତଙ୍କ ସହଯୋଗ କାମନା କରିବାସହ ଚଳିତ ବର୍ଷ ରଥଯାତ୍ରାରେ ସମସ୍ତେ ନିଜନିଜ ଦାୟିତ୍ୱ ନିଷ୍ଠାପର ଭାବେ ସମ୍ପାଦନ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ l ଚଳିତ ବର୍ଷ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରାରେ ୨୨ଲକ୍ଷ ଖର୍ଚ ଆକଳନ କରାଯାଇଛି l ମହାପ୍ରଭୁଙ୍କ ରଥ ଦଉଡି ଓଡିଶା କତା ସମବାୟ ସମିତି ଠାରୁ କ୍ରୟ କରିବାକୁ ନିଷ୍ପତି ନିଆଯାଇଛି l ବୈଠକରେ ବିଧlୟକ ଶ୍ରୀ ସିଂହ ରଥଯାତ୍ରl ମହାପ୍ରଭୁଙ୍କ ସମସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଏହା ଏକ ପ୍ରମୁଖ ପର୍ବ ବୋଲି ଅଭିବ୍ୟକ୍ତ କରିଥିଲେ। ଭାଇଚାରl ବଜାୟ ରଖି ବିଶୃଙ୍ଖଳାକୁ ପ୍ରଶୟ ନଦେଇ ଆନଦ ଉଲ୍ଲlସ ରେ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସମସ୍ତେ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେl ସେହିପରି ମାନନୀୟା ମେୟର ଶ୍ରୀମତୀ ଦାସ ରଥଯାତ୍ରା ର ସମସ୍ତ ରୀତିନୀତି ଠିକ ସମୟରେ ସମ୍ପାଦନ କରି ରଥ ଗଡିବା ଉପରେ ବକ୍ତବ୍ୟ ଦେବାସହ ବିଭାଗୀୟ ସମସ୍ତ ସହଯୋଗ ପ୍ରଦାନ କରିବାକୁ ପ୍ରକାଶ କରିଥିଲେ l ସର୍ବସମତି କ୍ରମେ ରଥାରୁଢ଼ମହାପ୍ରଭୁଙ୍କ ସୁଲଭ ଦର୍ଶନ ନିମନ୍ତେ ଦିଅଙ୍କ ଆଗରେ କେହି ନ ରହିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା l ଏଥିସହ ୫ତାରିଖ ରଥଯାତ୍ରା ଏବଂ ୯ ତାରିଖ ବାହୁଡା ଯାତ୍ରାର ବିଭିନ୍ନ ନୀତିକାନ୍ତି ଉପରେ ଆଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗ ଯଥା ପ୍ରତ୍ନତତ୍ତ୍ୱ, ଭୁବନେଶ୍ୱର ମହାହାନଗର ନିଗମ, ୱାଟକୋ, ରାସ୍ତା, କଥାବାଦୀ ବିଭାଗ, ଟି.ପି. ସି.ଓ.ଡ଼ି.ଏ.ଲ., ଦମକଳ ବିଭାଗ, ଆରକ୍ଷୀ ବ୍ୟବସ୍ଥା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଏସଟି ଜନ୍ସ ଆମ୍ବୁଲାନସ, ମୋ ବସ ସେବା, ଓଡିଶା ରାଜ୍ୟ ବିପର୍ଯୟ ପରିଚାଳନା କତୃପକ୍ଷ ସେବା ଏବଂ ବିଭିନ୍ନ ଅତ୍ୟାବଶ୍ୟକ ସେବା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ ରଥଯାତ୍ରାରେ ଯେଭଳି ଶାନ୍ତି, ଶୃଙ୍ଖଳା ସହ ସମାପନ ହେବ ସେଥିପାଇଁ ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ l
ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକଷ୍ଟମୀ ରଥଯାତ୍ରା ସମନ୍ୱୟ କମିଟି ବୈଠକ |
