କେନ୍ଦୁଝର ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ବାସୀନି ମା ତାରିଣୀଙ୍କ ୯୦ ତମ ଚଇତି ପର୍ବ ପାଇଁ ଆଜି ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଆ ତାରିଣୀଙ୍କ ପୀଠରେ ଏହି ଚଇତି ପର୍ବ ଅବସରରେ ଆସନ୍ତା ଏପ୍ରିଲ ମାସ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ।

ମାଆ ତାରିଣୀଙ୍କ ଚଇତି ପର୍ବ ଅବସରରେ ମାଆ ସାତ ଦିନ ଯାକ ସୁନା ବେଶରେ ତାଙ୍କର ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଯାହାକୁ ଦେଖିବା ପାଇଁ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ପୂର୍ବ ଭଳି ଚଇତି ପର୍ବ ବେଶ ଧୁମଧାମରେ ପାଳିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଏହି ପ୍ରସ୍ତୁତି ବୈଠକରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି, ଡ୍ରାଇଭର ମହାସଂଘ ପ୍ରମୁଖ ଯୋଗ ଦେଇଥିଲେ।

ଦେଖନ୍ତୁ ସନ୍ଦୀପ ମହାପାତ୍ର ଙ୍କ ମତ ଓ ମନ୍ତବ୍ୟ। ଘଟଗାଁ ରୁ ମନୋଜ ପାତ୍ର ଙ୍କ ରିପୋର୍ଟ ଫୋଟ ନିୟୁଜ ଟାଇମ୍ସ।
