ରାଜଗାଙ୍ଗପୁର ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ ଦାସ ଙ୍କ ତତ୍ବାବଧାନରେ ତଥା ନିଜେ ଉପସ୍ଥିତ ରହି ଥାନା ପରିସରରେ ଆଦି ଶକ୍ତି ମାଁ ଦୁର୍ଗା ଦେବୀ ମନ୍ଦିର ଠାରେ ଦଶମୀ ପୂଜା ଉପଲକ୍ଷେ ମାଁ ଦୁର୍ଗା ଦେବୀ ଙ୍କ ବିଧିବଦ୍ଧ ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ପୁରୋହିତ ଙ୍କ ଦ୍ଵାରା ପୂଜା ପାଇଁ ଥାନା ଅଧିକାରୀ ବିଜୟ ଦାସ ଙ୍କ ସହ ଏସଡିପିଓ ବିଭୁତି ଭୁଷଣ ଭୋଇ ଥାନା ରେ କାର୍ଯ୍ୟରତ ସମସ୍ତ ଏଏସ ଆଇ, ଏସ ଆଇ କନେଷ୍ଟବଳ, ଗୃହରକ୍ଷୀ ମାଁ ଦୁର୍ଗା ଦେବୀ ଙ୍କ ମନ୍ଦିର ରେ ମାଁ ଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଏହି ଅବସରରେ ରାଜଗାଙ୍ଗପୁର ଓ ଆଖପାଖ ଅଞ୍ଚଳର ଶହଶହ ଜନସାଧାରଣ ମାନ୍ୟଗଣ୍ୟ ବ୍ୟକ୍ତି ସମାଜସେବୀ ସ୍ବେଛାସେବୀ ସଂସ୍ଥା ରାଜନୈତିକ ଦଳ ର ନେତା କର୍ମୀ ବିଶିଷ୍ଟ ଶିଳ୍ପପତି ସମାଜସେବୀ ବ୍ୟାବସାୟି, ସବୁ ସମ୍ପ୍ରଦାୟର ଜନସାଧାରଣ କଳ କାରଖାନା ର ବରିଷ୍ଠ ଅଧିକାରୀ, ବରିଷ୍ଠ ନାଗରିକ ଯୋଗଦାନ କରି ମାଁ ଙ୍କ ଆଶିର୍ବାଦ ନେଇ ପ୍ରସାଦ ସେବନ କରିଥିଲେ। ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍
