ରାଜଗାଙ୍ଗପୁର ପୋଲିସ ଦ୍ଵାରା ଲକ୍ଷ୍ୟାଧିକ ଟଙ୍କା ର ବେଆଇନ୍ ବାଣ ଜବତ

ବୌଦ୍ଧ ଜିଲ୍ଲାରେ ଭୟଙ୍କର ବାଣ ବିସ୍ଫୋରଣର ପ୍ରଭାବ। ରାଜଗାଙ୍ଗପୁର ପୋଲିସ ଦ୍ଵାରା ଲକ୍ଷ୍ୟାଧିକ ଟଙ୍କା ର ବେଆଇନ୍ ବାଣ ଜବତ। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ବଗଚାପଡା ଅଞ୍ଚଳ ରେ ବେଆଇନ୍ ବାଣ ବିକ୍ରୀ ସମ୍ବନ୍ଧରେ ବିଶେଷ ସୁତ୍ରରୁ ଖବର ପାଇ ଥାନା ଅଧିକାରୀ ବିଜୟ ଦାସ ଙ୍କ ନେତୃତ୍ବରେ ଥାନା ରେ କାର୍ଯ୍ୟରତ ଏ ଏସ ଆଇ ଏବଂ ଏସ ଆଇ ଅଧିକାରୀ ଓ ପୋଲିସ ବଳ ଘଟଣା ସ୍ଥଳରେ ପହଞ୍ଚି ଏକ ନିର୍ଦ୍ଦିଷ୍ଟ ଦୋକାନ ରୁ ବିପୁଳ ପରିମାଣରେ ବାଣ ଜବତ କରିବାରେ ସଫଳ ହୋଇଥିଲେ। ଉକ୍ତ ଲକ୍ଷାଧିକ ଟଙ୍କାର ବାଣ ରାଜଗାଙ୍ଗପୁର ଥାନାରେ ଅଣାଯାଇ ବିଭିନ୍ନ ଦଫାରେ ମାମଲା ରୁଜ୍ଜୁ କରାଯାଇ ଆଗକୁ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ବିଜୟ ଦାସ ସୁଚନା ଦେଇଥିଲେ।
ରାଜଗାଙ୍ଗପୁର ରୁ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *