ରାଜଗାଙ୍ଗପୁର ବିଜେଡି ଦଳରେ ଫାଟ ଯୋଗୁଁ ଦଳ ରେ କନ୍ଦଳ

ରାଜଗାଙ୍ଗପୁର ବିଜେଡି ଦଳରେ ଫାଟ ଯୋଗୁଁ ଦଳ ରେ କନ୍ଦଳ । ରାଜଗାଙ୍ଗପୁର ପୈରପାଳିକା ଚେୟାରମେନ ଶ୍ରୀମତି ମାଧୁରୀ ଲୁଗୁନଙ୍କ ନେତୃତ୍ବରେ ବିଜେଡିର ବରିଷ୍ଠ ନେତା କର୍ମୀ ଓ କିଛି କାଉନସିଲର ରାଜଗାଙ୍ଗପୁର ସହର ରୁ ଭୁବନେଶ୍ୱର ଶଂଖଭବନ ଠାରେ ରାଜ୍ୟ ବିଜେଡି ଉପସଭାପତି ଙ୍କୁ ସାକ୍ଷାତ କରିଛନ୍ତି। ପୈରପାଳିକା ଉପାଧ୍ୟକ୍ଷ ଏମଡି ଇରଫାନ, ଦଳିୟ ନେତା ଅମରେଶ ପଣ୍ଡା, ଜିତେନ୍ଦ୍ର ନାରାୟଣ ଦାଶ ଓ କିଛି କର୍ମୀଙ୍କ ବିରୁଦ୍ଧରେ, ଦଳ ମଧ୍ୟରେ ରାଜନୀତି କରି ଦଳର ଭାବମୂର୍ତ୍ତି ଖୁର୍ଣ କରୁଥିବା ସମ୍ପର୍କରେ ଅଭିଯୋଗ କରିଥିଲେ। ଉପାଧ୍ୟକ୍ଷ ଏମଡି ଇରଫାନ ଦଳିୟ ଟିକେଟ ରେ ଜିତି ସର୍ବସମ୍ମତିକ୍ରମେ ପୈରପାଳିକା ଉପାଧ୍ୟକ୍ଷ ହୋଇ କିଛି କଂଗ୍ରେସ ଓ ବିଜେପିର କାଉନସିଲର ଙ୍କ ସହିତ ମିଶି ଦଳବିରୋଧୀ କାର୍ଯ୍ୟକଳାପ କରୁଥିବା ଅଭିଯୋଗ କରିଥିଲେ। ସେମାନଙ୍କ ପଛପଟେ ରହି ବିଜେଡିର ପୁର୍ବତନ ଟାଉନ ସଭାପତି ଅମରେଶ ପଣ୍ଡା, ବରିଷ୍ଠ ନେତା ଜିତେନ୍ଦ୍ର ନାରାୟଣ ଦାଶଙ୍କ ସହଯୋଗରେ ପୈରପାଳିକା ଚେୟାରମେନ ଶ୍ରୀମତି ମାଧୁରୀ ଲୁଗୁନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେଡି ଉପସଭାପତି ଓ ଦଳର ଯୁବ ଟାଣୁଆ ନେତା ବବି ଦାସଙ୍କ ନିକଟରେ ନିଜର ଅଭିଯୋଗ ପତ୍ର ପ୍ରଦାନ କରିଥଲେ। ଦଳବିରୋଧୀ ନେତା,କର୍ମୀ ଓ ଉପାଧ୍ୟକ୍ଷ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶଙ୍ଖଭବନରେ ଦାବି ଜଣାଇଥିଲେ।
ରାଜଗାଙ୍ଗପୁର ରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ର ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *