ରାଜଗାଙ୍ଗପୁର ସହର ର ପ୍ରସିଦ୍ଧ ଐତିହାସିକ ଗଣେଶ ପୂଜା ଭସାଣୀ ଶାନ୍ତି ଶୃଙ୍ଖଳା ସହ ସମାପନ। ଗତକାଲି ରାଜଗାଙ୍ଗପୁର ସହର ର ପ୍ରସିଦ୍ଧ ଐତିହାସିକ ଗଣେଶ ପୂଜା ଭସାଣୀ ପାଇଁ ରାଜଗାଙ୍ଗପୁର ତଥା ଜିଲ୍ଲା ପୋଲିସ ପ୍ରସାଶନ ପକ୍ଷରୁ କଡ଼ା ସୁରକ୍ଷା ବଳୟରେ ରେ ଅପରାହ୍ନ ୨ ଘଟିକା ସମୟରେ କମିଟି ସେଣ୍ଟର ରୁ ଏକ ବିରାଟ ଶୋଭାଯାତ୍ରା ରେ ହିନ୍ଦୁ ଧର୍ମର ପାରମ୍ପରିକ ନୃତ୍ୟ ଗୀତ ସାଂସ୍କୃତିକ ପୋଷାକ ପିନ୍ଧି ନୃତ୍ୟ ଗୀତ ତାଲେ ତାଲେ ସହର ର ସମସ୍ତ ପୂଜା ପାଣ୍ଡାଲ କମିଟି ଏକାଠି ହୋଇ ସହର ପରିକ୍ରମା କରିଥିଲେ। ଉକ୍ତ ଶୋଭାଯାତ୍ରା ବିଳମ୍ବିତ ରାତିରେ ଲିପଲୋଇ ଠାରେ ଅସ୍ଥାୟୀ ପୋଖରୀ ରେ ସମସ୍ତ ପୂଜା ପାଣ୍ଡାଲ ର ଗଣେଶ ପ୍ରତିମା ପୋଲିସ ପ୍ରସାଶନ ସୁରକ୍ଷା ରେ ବିସର୍ଜନ କରାଯାଇଥିଲା। ଏହି ଅବସରରେ ରାଜଗାଙ୍ଗପୁର ମାନ୍ୟବର ବିଧାୟକ ଡଃ ସିଏସ ରାଜନ୍ ଏକ୍କା, ପଶ୍ଚିମାଞ୍ଚଳ ଡ଼ିଆଇଜି ବ୍ରୀଜେଶ ରାଏ, ଏଏସପି ମହେନ୍ଦ୍ର ମୁର୍ମୁ, ଡିଏସପି ମନୋରଞ୍ଜନ ପ୍ରଧାନ, ଏସଡିପିଓ ବିଭୁତି ଭୁଷଣ ଭୋଇ ଥାନା ଅଧିକାରୀ ବିଜୟ ଦାସ ଙ୍କ ସହ ବିଭିନ୍ନ ଥାନା ଅଧିକାରୀ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ଥିଲେ।
ରାଜଗାଙ୍ଗପୁରରୁ ଦେବବ୍ରତ ମିତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
ଅସ୍ଥାୟୀ ପୋଖରୀରେ ଗଣେଶ ବିଘ୍ରହ ବିସର୍ଜନ।
