ରାୟଗଡା ଜିଲ୍ଲା ଗୁଣୁପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃଭାରତୀ ଆଲୋଚନା ଚକ୍ର ଓ ପୁନଃଗଠନ ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଦକ୍ଷିଣ ସମ୍ଭାଗର ସହ ସଂଯୋଜକ ସୁଶାନ୍ତ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମାତୃଭାରତୀର ଭୂମିକା ଶିଶୁ ମନ୍ଦିର ପାଇଁ କିପରି ରହିବା ଆବଶ୍ୟକ ସେ ବିଷୟରେ ମାର୍ଗ ଦର୍ଶନ କରାଇଥିଲେ।ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ ।କୋରାପୁଟ ବିଭାଗର ସହ ବିଭାଗ ନିରୀକ୍ଷକ ବିଷ୍ଣୁ ଚରଣ ଦାଶ ଉପସ୍ଥିତ ରହି ମାତୃଭାରତୀ ମଣ୍ଡଳୀର କାର୍ଯ୍ୟ କଣ ସେ ବିଷୟରେ ଆଲୋଚନା କରିଥିଲେ l

ମାତୃଭାରତୀର ସଂଯୋଜିକା ସଂଯୁକ୍ତା ନାୟକ ଗୁରୁମା ଓ ମମତା ମିଶ୍ର ଗୁରୁମା ଏହି ବୈଠକରେ ଉପସ୍ଥିତ ରହିଥିଲେ। ଗୁଣପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ହୃଷିକେଶ ପାତ୍ରଙ୍କ ରିପୋର୍ଟ।
