ଶତୃପ୍ତ ମିଶ୍ର ବିଜେଡି ଦଳର ରାଜ୍ୟସଭା ଟିକଟ ପାଇବା ପରେ ଏକ ପ୍ରକାର ଗୋଷ୍ଟି କନ୍ଦଳ ଦେଖାଦେଇଛି। ବଜେପି ର ରାଜ୍ୟସଭା ଟିକେଟ ଦେବାପରେ ବିଜେଡି ର ଗୋଷ୍ଠୀ କନ୍ଦଳ ସମ୍ପର୍କ ରେ ଅଧିକ ଟିପଣି ଦିଆଯାଇ ପାରିବ।ଚଳିତ ଓଡିଶା ର ରାଜ୍ୟସଭା ନିର୍ବାଚନ ରେ ଏକ ପ୍ରକାର ଘୋଡା ବେପାର ଶୀର୍ଷରେ ରହିବ। ଚଳିତ ଥର ବିଜେଡି ର ନିଷ୍ପତିକୁ ବିଧାୟକ ମାନେ ନମାନିପାରନ୍ତି। ଏହା ପ୍ରଥମ ଦିନରୁ ହିଁ ପ୍ରଭାତ ବିଶ୍ୱାଳ ଏବଂ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରତିକ୍ରିୟା ରୁ ଏକ ନୂଆ ସଂକେତ ଦେଉଛି। ଏଥର ରାଜ୍ୟସଭା ପାଇଁ ବିଜେଡି ଦେଇଥିବା ଟିକେଟ ଯେ ନବଦଳିବ, ପାଞ୍ଚ ତାରିଖ ପୂର୍ବରୁ କହିହେବ ନାହିଁ। ବିଜେଡି ପୂର୍ବରୁ ଅଚ୍ୟୁତ ସାମନ୍ତ ଏବଂ ସୋମ୍ୟରଞ୍ଜନ ପଟନାୟକ ଙ୍କୁ ଦଳରେ ସାମିଲ କରିବାର କିଛି ଦିନ ମଧ୍ୟରେ ରାଜ୍ୟସଭାକୁ ପଠାଇଥିଲେ। ସେତେବେଳେ ମଧ୍ୟ ପ୍ରଭାତ ଏବଂ ସୌଭିକ ଦଳରେ ଥାଇ ମଧ୍ୟ ଚୁପ ରହିଥିଲେ। ସେ ଯାହାବି ହେଉ ଭାୟ ରୁ ଭକ୍ତି ଏକପ୍ରକାର ନେତା ମାନଙ୍କର ଚିନ୍ତାଧାରା।ଏଠାରେ ଲୟଲିଟି ଅପେକ୍ଷା ହୁମାନୀଟି ବିଜେଡି ଦଳରେ ମୁଣ୍ଡ ଟେକିଛି କାରଣ ମୁରବି ଶୂନ୍ୟ ବିଜେଡି ଦଳର ବିଧାୟକ ମାନେ ଘୋଡା ବେପାର କରିପାରନ୍ତି। ଆମେ ପୁଣିଥରେ ସଂତୃପ୍ତ ମିଶ୍ରଙ୍କ ତାଙ୍କ “ପାରିବା ପଣିଆ” କୁ ସ୍ୱାଗତ କରୁଛୁ। କିନ୍ତୁ ତାଙ୍କ ପାଦତଳେ ଥିବା ମାଟିକୁ ସେ ପରଖି ନେବା ଉଚିତ।
ଭୁବନେଶ୍ୱର ରୁ ଗିରିଧାରୀ ଲାଲ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।
ଶତୃପ୍ତ ମିଶ୍ର ବିଜେଡି ଦଳର ରାଜ୍ୟସଭା ଟିକଟ ପାଇବା ପରେ ଏକ ପ୍ରକାର ଗୋଷ୍ଟି କନ୍ଦଳ
