ଶ୍ରମିକ ଏବଂ ମାଲିକ, ଉଭୟଙ୍କର ହେଉଛି କାରଖାନା

ରାଜଗାଙ୍ଗପୁର ସହର ରେ ଭାରତ ବନ୍ଦ ଡାକରାର ଆଶା ଅନେକ କିନ୍ତୁ ତଦ ଅନୁଯାଇ ପ୍ରଭାବ ଯଥେଷ୍ଟ ନୁହଁ। ଶ୍ରମିକ ମାନଙ୍କ ଯୋଗୁଁ କଳକାରଖାନା ଚାଲିଥାଏ। ଏମାନେ ହେଉଛନ୍ତି ଦେଶ ଗଠନ ଏବଂ ରାଜ୍ୟର ଉନତିର ଲାଇଫ ଲାଇନ। ଅଜ୍ଞାତା ଏବଂ ଶିକ୍ଷାଗତ ଯୋଗ୍ୟତା ଅଭାବରୁ ଏମାନେ ଅବହେଳିତ ହୋଇଥାନ୍ତି। ମାଲିକ ମାନେ ଏବଂ କାରଖାନାର ଆର୍ଥିକ ଅବସ୍ଥାରେ ଉର୍ନତି ହୁଏ। କିନ୍ତୁ ଶ୍ରମିକ ମାନେ ଗରିବ ହୋଇ ରହିଯାନ୍ତି। ବାସ୍ତବରେ ମାଲିକ ମାନଙ୍କ ପରି ଶ୍ରମିକ ମାନଙ୍କର ମିଳିତ ସହଯୋଗ ରହିବାର ଆବଶ୍ୟକତା ଅଛି। ଏଥିପାଇଁ ଶ୍ରମିକର ପ୍ରାପ୍ୟ ବୁଦ୍ଧି ହେବା ପ୍ରତି ସରକାର ଏବଂ ମାଲିକ ମାନେ କ୍ରିୟାଶୀଳ ହେବା ଉଚିତ। ଏହି ନ୍ୟୁଜ ସେଗମେଣ୍ଟ ହେଉଛି, “ସଚେତନ ହୁଅ ସରକାର ଏବଂ କାରଖାନା ମାଲିକ ମାନେ”।୧୦ ଟି ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି କୁ ବିରୋଧ କରି “ଭାରତ ବନ୍ଦ” ଡାକରା ଶ୍ରମିକ ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଛି। ସି.ଆଇ.ଟି.ୟୁ. ସଂଗଠନ ପକ୍ଷରୁ ରାଜଗାଙ୍ଗପୁରର ଜାମପାଲି ଓ.ଏସ.ଏଲ. କାରଖାନାର ଶହ ଶହ ଶ୍ରମିକ ହାତରେ ସଂଗଠନର ପତାକା ନେଇ କାରଖାନା ର ମୁଖ୍ୟ ଗେଟ୍ ଠାରେ ଧର୍ମଘଟ ରେ ସାମିଲ ହୋଇଥିଲେ। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି କର୍ପୋରେଟ ପଖ୍ୟପାତୀ ବିରୁଦ୍ଧରେ ଦୃଢ଼ ବିରୋଧ କରି ଦେଶରେ ଦରଦାମ ବୃଦ୍ଧି, ଶ୍ରମିକ ବିରୋଧୀ ନୀତି, ବେକରୀ ସମସ୍ୟା, ସରକାରୀ ଖାଲି ପଡିଥିବା ପଦବୀ ପୂରଣ, ସ୍ଵାସ୍ଥ୍ୟ ଶିକ୍ଷା, ନାଗରିକ ସେବା ମଜବୁତ କରିବା ଆଦି ଦାବି ରଖିଥିଲେ। ୪ କୋଟି ଶ୍ରମ କୋଡ ବନ୍ଦ କରିବା, ଶ୍ରମିକଙ୍କୁ ୟୁନିୟନ ଗଠନ, ଧର୍ମଘଟ ଅଧିକାର ଏବଂ ମନୋରେଗା ମଜୁରି ବୃଦ୍ଧି ତଥା ସହରାଞ୍ଚଳରେ ଶ୍ରମିକ ଧର୍ମଘଟ କରି ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଉକ୍ତ ବନ୍ଦ ଡାକରା ଯୋଗୁ ରାଜଗାଙ୍ଗପୁର ସହର ରେ ସମସ୍ତ ବସ୍ ସେବା ବନ୍ଦ ଥିଲା। ବିଭିନ୍ନ କଳକାରଖାନା ଓ ବ୍ୟାଙ୍କ ରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା। ସହର ରେ ସମସ୍ତ ଦୋକାନ ବଜାର ଓ ଯାତାୟତ ର କୈାଣସି ପ୍ରଭାବ ପଡ଼ିନଥିଲା।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *