ବ୍ୟବସାୟ କ୍ଷେତ୍ରରେ ଚଳିତ ସପ୍ତାହ ରେ ସଫଳତା ହାସଲ କରିଥିବା ଅନୁଷ୍ଠାନ ମାନଙ୍କ ମଧ୍ୟରୁ “ମହେନ୍ଦ୍ରା ଶିକ୍ଷା ଅନୁଷ୍ଠାନ” ଏବଂ “ମାଲବାର ଗୋଲଡ଼ ଏଣ୍ଡ ଡାଇମଣ୍ଡ”ସମ୍ପର୍କରେ ଫଟୋ ନ୍ୟୁଜ ଟାଇମ୍ସ ର ସମୀକ୍ଷା।
ଶିକ୍ଷଣୀୟ କେନ୍ଦ୍ର ର ସଫଳତା l
ସରକାରୀ ଚାକିରି ପ୍ରତିଯୋଗିତାରେ କୃତକାର୍ଯ୍ୟ ହେଲେ ୨୩୧ ଜଣ ଛାତ୍ର ଛାତ୍ରୀ l
ମହେନ୍ଦ୍ରା ଶିକ୍ଷା ଅନୁଷ୍ଠାନ ଦୀର୍ଘ 16 ବର୍ଷ ଧରି ଅଗ୍ନିଶମ ବିଭାଗ ଛକ ଠାରେ ଆରମ୍ଭ ହୋଇଛି I ମହେନ୍ଦ୍ରା ଶିକ୍ଷା ଅନୁଷ୍ଠାନ, ବ୍ୟାଙ୍କିଙ୍ଗ, ଏସ୍. ଏସ. ସି, ରେଳବାଇ, ଓପି ଏସି, ଓ ଏସ୍. ଏସ୍.ସି, ଓ ଏସ୍. ଏସ୍. ଏସ୍. ସି, ଓଡ଼ିଶା ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ଉତ୍ତୀର୍ଣ୍ଣ ପାଇଁ ପ୍ରସ୍ତୁତ କରାଯାଏ I ୨୦୨୪ ଓ ୨୦୨୫ ବର୍ଷ ରେ ମହେନ୍ଦ୍ରା ଅନୁଷ୍ଠାନ ରୁ ୨୩୧ ଜଣ ଛାତ୍ର ଛାତ୍ରୀ ମାନେ ସରକାରୀ ସ୍ତରୀୟ ସେବା ପାଇଁ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କୃତିତ୍ୱ ର ସହ ଚୟନ ହୋଇଛନ୍ତି। ବ୍ୟାଙ୍କିଙ୍ଗ ସେକ୍ଟର ରେ କେନ୍ଦ୍ର ସରକାରଙ୍କ ଅଧୀନ ରେ ଥିବା SSC,CGL,CHSL,MTS, ଏବଂ ଓଡ଼ିଶା ସରକାରଙ୍କ ଅଧୀନ ରେ ଥିବା OPSC,OSSC,OSSSC, ଓଡ଼ିଶା ପୋଲିସ୍ ରେ ଚୟନ ହୋଇଛନ୍ତି। ମହେନ୍ଦ୍ର ଅନୁଷ୍ଠାନ ରେ ଅତି ସୁଲଭ ମୂଲ୍ୟରେ ଶିକ୍ଷା ପ୍ରଦାନ କରାଯାଏ l ସବୁ ବର୍ଗର ଛାତ୍ର ଛାତ୍ରୀ ମାନେ ଏଠାରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ l କାରଣ ଏଠାକାର ଶୈକ୍ଷିକତାର ପରିବେଶ ଅତ୍ୟନ୍ତ ବନ୍ଧୁତ୍ୱ ପୂର୍ଣ୍ଣ ଭାବାବେଗରେ ସୃଷ୍ଟି ହୋଇଥାଏ l ଯାହାକି ବିଦ୍ୟାର୍ଥୀ ମାନଙ୍କ ମନରେ ବିଶ୍ୱାସ ସୁଦୃଢ କରିଥାଏ l ଆଜିକାର ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଅନୁଷ୍ଠାନ ର ପରିଚାଳନା ନିର୍ଦେଶକ, ନବୀନ କୁମାର ଜେନ, ବରିଷ୍ଠ ନିର୍ଦେଶକ, ଆଶିଷ ଶ୍ରୀଵାସ୍ତବ, ଆଞ୍ଚଳିକ ମୁଖ୍ୟ ଉତ୍ତରାଞ୍ଚଳ, ଗୌରବ ମିଶ୍ର, ଓଡିଶା ରାଜ୍ୟ ମୁଖ୍ୟ, ଧୀରେନ୍ଦ୍ର ନାୟକ, ଫାକଲଟି, ନୂତନ କୁମାର ବେହେରା, ପ୍ରିତମ ପଟ୍ଟନାୟକ ଓ ସତ୍ୟନାରାୟଣ ଦୋରା।
ସେହିଭଳି ମାଲବାର ଗୋଲଡ଼ ଏଣ୍ଡ ଡାଇମଣ୍ଡ ପକ୍ଷରୁ ଆରମ୍ଭ ହୋଇଛି ଅକ୍ଷୟ ତୃତୀୟା ପାଇଁ ସ୍ଵତନ୍ତ୍ର ଅଫର୍ । ଏହି ଅଫର୍ ରେ ଗ୍ରାହକ ପାଇବେ ୨୫ ପ୍ରତିଶତ ପର୍ଯ୍ୟନ୍ତ ସୁନା ଓ ମୂଲ୍ୟବାନ ଷ୍ଟୋନ ଅଳଙ୍କାରର ମେକିଂ ଚର୍ଜେସ ରେ ରିହାତି । ସେହିଭଳି ହୀରା ଅଳଙ୍କାରରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ରିହାତି ରହିବା ନେଇ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଏହି ଅଫର୍ ରେ ଅଗ୍ରିମ ବୁକିଂ କଲେ ଏକ ରୂପା ମୁଦ୍ରା ମଧ୍ୟ ଉପହରରେ ମିଳିବା ନେଇ କୁହାଯାଇଛି । ଆଜି ଏହି ଅଫର୍ ର ଘୋଷଣା ସହ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଜୁଏଲର୍ସ ପକ୍ଷରୁ ଡିଭାଇନ ବ୍ରାଣ୍ଡର ତନଭିକା ନାମକ ଅଳଙ୍କାର କୁ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ଓଡ଼ିଆ ଅଭିନେତ୍ରୀ ଦେବଜାନୀ । ଏହି ଅଫର୍ ଆସନ୍ତା ୪ ମେ ପର୍ଯ୍ୟନ୍ତ ରହିବା ନେଇ କହିଛନ୍ତି ଷ୍ଟୋର ମ୍ୟାନେଜର ।
ବ୍ୟୁରୋ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ