ସାପ କାମୁଡାରେ ମୃତ୍ୟୁ ବରଣ କଲା ପରିବାର ସାହି ଭାଇ ମୃତ ଦେହ ଘରକୁ ନେବାକୁ ବାରଣକଲେ।

ସାପ କାମୁଡାରେ ମୃତ୍ୟୁ ବରଣ କଲା ପରେ ଶବ ବ୍ୟବଚ୍ଛେଦ ହେଲା ବୋଲି ପରିବାର ସାହି ଭାଇ ମୃତ ଦେହ ଘରକୁ ନେବାକୁ ବାରଣକଲେ। ଫଳରେ ସ୍ଵେଚ୍ଛାସେବୀ ସଂଗଠନ ଭରଷା ପରିବାର ମୃତଦେହ ସତ୍କାର କରି ମାନବିକତା ଦେଖାଇଛି।ମୃତକ ଜଣ ଙ୍କ ହେଲେ ସଦର ଥାନା ଅର୍ନ୍ତଗତ ପଳାସପଙ୍ଗା ଫାଣ୍ଡି ଅଧୀନ ପର୍ଜନପୁର ଗ୍ରାମର ବିଦେଶୀ ପାତ୍ର(୫୫)।ଗତକାଲି ବିଦେଶୀ ଘରେ ତଳେ ଶୋଇଥିବାବେଳେ ତାଙ୍କୁ ଏକ ବିଷ ଧର ଚିତିସାପ କାମୁଡି ଦେଇଥିଲା।ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ ୫ ଟା ୪୫ରେ ବିଦେଶୀ ଙ୍କ ମୃତ୍ୟୁ ଘଟିଛି।ଆଜି ଖବର ପାଇ ପଳାସପଙ୍ଗା ଫାଣ୍ଡି ଏସ ଆଇ ମାନସ ରଞ୍ଜନ ପଣ୍ଡା ମେଡିକାଲ ରେ ପହଞ୍ଚି ୬୩/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଶବ ବ୍ୟବଛେଦ କରାଇଛନ୍ତି।

ତେବେ ଶବ ମେଡିକାଲରେ ଶବ ବ୍ୟବଚ୍ଛେଦ ହେବା ଯୋଗୁଁ ପରିବାର ସାହି ଭାଇ ମୃତଦେହ ନେବାକୁ ବାରଣ କରିଥିଲେ।ଏପରିସ୍ଥଳେ ବିଦେଶୀ ଙ୍କ ଝିଅ ନିରୋଦ ପାତ୍ର ଚିନ୍ତାରେ ପଡିଯାଇଥିଲେ।ମେଡିକାଲ ଫାଣ୍ଡି ପୋଲିସ ରାଜେନ୍ଦ୍ର ନାରାୟଣ ସାହୁ,ଦୁର୍ଯ୍ୟୋଧନ ସାହୁ,ଦିନବନ୍ଧୁ ପାତ୍ର ଭରଷା ପରିବାର ସଂଗଠନ ଟ୍ରଷ୍ଟ କୁ ଜଣାଇଥିଲେ।

ସଭାପତି ଲୋମ୍ୱଧର ମହାନ୍ତ ଙ୍କ ନେତୃତ୍ବ ରେ ରକ୍ତଦାତା ଏସ କେ ତୋହିଦ,ଏମଡି ୱାସିମ୍,ଟୁଣି ମହାନ୍ତ,ଅଭିଳାଷ କୁମାର ଗିରି,ଶ୍ମଶାନ ରକ୍ଷକ ସିଦ୍ଧେଶ୍ୱର ନାୟକ ଧାଙ୍ଗଡପଡା ସ୍ଥିତ ଆଦର୍ଶ ଶ୍ମଶାନରେ ବିଦେଶୀ ଙ୍କ ଶବ ସତ୍କାର କରିଛନ୍ତି।ଏହିପରି ଭରସା ପରିବାର ୧୪୩ଥର ଶବ ସତ୍କାର କରି ଜିଲ୍ଲା ରେ ଚର୍ଚ୍ଚା କୁ ଆସିଛି।

Leave a Reply

Your email address will not be published. Required fields are marked *